ଆଇଏନଏସ ଚିଲିକାରେ ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର : ଆଇଏନଏସ ଚିଲିକାରେ ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଗ୍ନିବୀରମାନେ ୪ ମାସର ତାଲିମ ନେଇଥିଲେ । ତେବେ ଆଇଏନଏସ ଚିଲିକା ଟ୍ରେନିଂ ସେଂଟରରେ ମୋଟ ୨୫୯୭ ଅଗ୍ନିବୀର ତାଲିମ ନେଇଥିଲେ ।ଏହି ତାଲିମରେ ୨୫୯୭ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ତାଲିମ ନେଉଥିଲେ । ଏହି ପାସିଂ ଆଉଟ କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ ଆର . ହରି କୁମାର ଉପସ୍ଥିତ ରହିଥିଲା ବେଳେ ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷା ମଧ୍ୟ ଉପସ୍ଥିତ ରହି ଅଗ୍ନିବୀରମାନଙ୍କୁ ଉତ୍ସାହିତ କରିଥିଲେ ।
