ପୁରୀ – ଗୁଣୁପୁର ଟ୍ରେନ୍ ର ୨ ବଗି ଲାଇନଚ୍ୟୁତ
ପୁରୀ : ଆଜି ଅପରାହ୍ନରେ ପୁରୀ ଷ୍ଟେସନ ନିକଟରେ ପୁରୀ – ଗୁଣୁପୁର ଟ୍ରେନ ର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଅଘଟଣରେ କୌଣସି ଜୀବନହାନି ହୋଇନାହିଁ । ପୁରୀ-ଗୁଣପୁର ଟ୍ରେନ ପଛକୁ ଫେରିବା ବେଳେ ପଛ ବଗିଟି ଲାଇନଚ୍ୟୁତ ହୋଇଯାଇଥିଲା । ବଗିରେ କୌଣସି ଯାତ୍ରୀ ନଥିଲେ । ତେଣୁ ଦୁର୍ଘଟଣାରେ କାହାର ଜୀବନହାନି ହୋଇନାହିଁ । ବଗିଟି ଲାଇନଚ୍ୟୁତ ହୋଇ ଷ୍ଟେସନ ନିକଟରେ ରହିଛି । ଏ ସମ୍ପର୍କରେ ଖବର ପାଇ ରେଳ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଁଚିଛନ୍ତି । କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ବିଷୟରେ ଅନୁଧ୍ୟାନ କରୁଛନ୍ତି ଅଧିକାରୀ । ଅନୁଧ୍ୟାନ ପରେ କାହିଁକି ଓ କେଉଁ କାରଣରୁ ବଗି ଲାଇନଚ୍ୟୁତ ଘଟିଲା ତାହା ସ୍ପଷ୍ଟ ହେବ ।
