ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ଜଣେ ଗୁରୁତର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାହାଡ଼ା ପଞ୍ଚାୟତର ଗୁତଡିହା ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଘରେ ଲାଗିଲା ନିଆଁ । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ସେହିପରି ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ,ଗୁତଡିହା ଗ୍ରାମର ସୁମନ୍ତ ମଲ୍ଲିକଙ୍କ ୩ ବଖରା ଆଜବେଷ୍ଟସ ଘର ରହିଥିଲା । ସେହି ଘରେ ପରିବାର ସହ ସୁମନ୍ତ ଡ୍ରାଏଫୁଡ୍ ବ୍ୟବସାୟ କରୁଥିଲେ । ଗତ ସୋମବାର ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟରୁ ଘରେ ହଠାତ ନିଆଁ ଲାଗିଯାଇଥିଲା । ଗ୍ରାମବାସୀମାନଙ୍କ ସହାୟତାରେ ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ ଘରେ ଥିବା ସବୁ ଡ୍ରାଏଫୁଡ୍ ସହ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଘର ଭିତର କାନ୍ଥ ଓ ସିଲିଙ୍ଗରେ ପଲିଥିନ ଲଗାଯାଇଥିବାରୁ ନିଆଁ ପଲିଥିନ ସାହାଯ୍ୟରେ ଲାଗିଯାଇଥିଲା । ନିଆଁରୁ ଜିନିଷପତ୍ର ଉଦ୍ଧାର କରିବାକୁ ଯାଇ ସୁମନ୍ତଙ୍କ ସ୍ତ୍ରୀ ସୁକେଶିନୀ ମଲ୍ଲିକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
