ପରିବହନ ବିଭାଗର ସ୍ୱତନ୍ତ୍ର ଡ୍ରାଇଭ : ଚଣ୍ଡୀ ଛକରେ ଦୁଇଟି ଗାଡି ସିଜ୍, ୫୦ ହଜାର ଟଙ୍କା ଜରିମାନା
କଟକ : ପରିବହନ ବିଭାଗର ସ୍ୱତନ୍ତ୍ର ଡ୍ରାଇଭ । ଏଣିକି ପ୍ରତି ଛକ ଛକରେ ଯାଞ୍ଚ କରାଯିବ । ବିଶେଷ କରି ସ୍କୁଲ କଲେଜ ପାଖରେ କଡା ଚେକିଂ କରାଯାଉଛି । ମାର୍ଚ୍ଚ ୨୮ ରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ । ନାବାଳକ ଗାଡ଼ି ଚଳାଇଲେ ବନ୍ଧା ହେବେ ମାଲିକ । ଛୋଟ ପିଲାଙ୍କୁ ଦେଖିଲେ ଲାଗିବ କଡ଼ା ଫାଇନ । ଗାଡ଼ି ଅଟକାଇ ପ୍ରମାଣ ପତ୍ର ମଗାଯିବ । ଯଦି ବାଇକ କିମ୍ବା ସ୍କୁଟି ଚଳାଉଥିବା ଡ୍ରାଇଭରଙ୍କ ବୟସ ୧୮ ବର୍ଷରୁ କମ ବୋଲି ପ୍ରମାଣ ହେବ ଲାଗିବ ମୋଟା ଅଙ୍କର ଫାଇନ ।
ଏହି ପରିପ୍ରେକ୍ଷୀରେ କଟକ ଚଣ୍ଡୀ ଛକରେ ଆରଟିଓ ପକ୍ଷରୁ କଡାକଡି ଚେକିଂ କରାଯାଇଛି । ଫଳରେ ଦୁଇ ଗାଡି ସିଜ୍ ହେବା ସହ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
ସୂଚନା ଯେ, ପରିବହନ ବିଭାଗ ଛୋଟ ପିଲାଙ୍କ ଗାଡି ଡ୍ରାଇଭିଂ ଉପରେ ଥିବା କଟକଣାକୁ କଡ଼ାକଡ଼ି ଲାଗୁ କରିବ। ବିଶେଷ କରି ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ବେପରୁଆ ଗାଡ଼ି ଚାଳନା ଏବଂ ଦୁର୍ଘଟଣା ଦେଖାଯାଉଥିବାରୁ ପରିଵହନ ଵିଭାଗ ଆଜିଠୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଵ। ଏହି ଅଭିଯାନରେ ଵିଭିନ୍ନ ସ୍କୁଲ, ଇଣ୍ଟରମିଡିଏଟ୍ କଲେଜ ଓ ଛକ ଯାଗା ମାନଙ୍କରେ ଯାଞ୍ଚ ଅଭିଯାନ ଚାଲିବ। ୧୮ଵର୍ଷରୁ କମ୍ ଛାତ୍ରଛାତ୍ରୀ ଗାଡି ଚଳାଇଵା ସମୟରେ ଧରାପଡିଲେ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯିଵ । ଏଥିସହିତ ୨୫ବର୍ଷ ଯାଏଁ ଗାଡ଼ି ଚାଳନା ଅନୁମତି ମିଳିବନି ବୋଲି ପରିବହନ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।
