ଗେଷ୍ଟ ହାଉସ୍ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ୍ ତଦନ୍ତ ଆରମ୍ଭ
ବାଲେଶ୍ୱର : ବାଲେଶ୍ୱର ସହରର ଏକ ଗେଷ୍ଟ ହାଉସ୍ରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ହତ୍ୟା କିମ୍ବା ଆତ୍ମହତ୍ୟା ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଅଞ୍ଜଳି ସାହୁ ନାମକ ଜଣେ ମହିଳା ଗତ ବୁଧବାର କୌଣସି କାମରେ ବାଲେଶ୍ୱର ସହରକୁ ଆସିଥିଲେ । ଅନଲାଇନ୍ରେ ଗେଷ୍ଟ ହାଉସ୍ରେ ରୁମ୍ ବୁକିଂ କରି ସେଠାରେ ରହିଥିଲେ । ଗୁରୁବାର ପୂର୍ବାହ୍ନରେ କବାଟ ନ ଖୋଲିବାରୁ ଗେଷ୍ଟ ହାଉସ୍ର କର୍ମଚାରୀମାନଙ୍କ ମଧ୍ୟରେ ସନ୍ଦେହଜାତ ହୋଇଥିଲା । ସେମାନେ ଝରକା ଦେଇ ଦେଖିବାରୁ ମହିଳା ଜଣକ ଫ୍ୟାନ୍ରେ ଆଫ୍ରୋନ୍ ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କ ପରିବାରକୁ ଖବର ଦେଇ ସମ୍ପର୍କୀୟ ଲୋକେ ପହଞ୍ôଚବା ପରେ ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ମୃତଦେହ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାର ଜଣାପଡ଼ିଛି ।
