କାର ଧକ୍କାରେ ଜଣେ ଛାତ୍ର ମୃତ, ଦୁଇ ଗୁରୁତର
ସୁବର୍ଣ୍ଣପୁର : କାର ଧକ୍କାରେ ଜଣେ ଛାତ୍ରର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ଏହି ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲା ସରଧାପାଲି ସ୍କୁଲ ନିକଟରେ ।
ମୃତ ଛାତ୍ର ଜଣକ ହେଉଛନ୍ତି ଷଷ୍ଠ ଶ୍ରେଣୀର ସୁବ୍ରତ ଭୋଇ । ଅନ୍ୟ ଦୁଇ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
