ଦ୍ୱିତୀୟ ଦିନିକିଆ ପୂର୍ବରୁ କ୍ରିକେଟ୍ପ୍ରେମୀଙ୍କ ପାଇଁ ଖରାପ ଖବର, ହଠାତ୍ ସାମ୍ନାକୁ ଆସିଲା ଏହି ହୃଦୟ ଭାଙ୍ଗିଲା ଭଳି ଅପଡେଟ୍
ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଚାଲିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ବିଶାଖାପାଟନମର ୱାଇଏସ ରାଜଶେଖର ରେଡ୍ଡି ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧-୦ରେ ଆଗୁଆ ଅଛି । କିନ୍ତୁ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଏହି ମ୍ୟାଚ୍ ଉପରେ ଏକ ବଡ଼ ବିପଦ ରହିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ମ୍ୟାଚ ରେ ବର୍ଷା ହେବାର ଆଶଙ୍କା ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ରବିବାର ବିଶାଖାପାଟନମରେ ଅଢ଼େଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ଏଥି ସହିତ ବର୍ଷା ସହିତ ଝଡ଼ ଓ ପ୍ରବଳ ପବନର ଚେତାବନୀ ମଧ୍ୟ ଜାରି କରାଯାଇଛି । ଗତକାଲି ବି ସେଠାରେ ୫ ଘଣ୍ଟାର ବର୍ଷା ହେବାର ଆଶଙ୍କା ରହିଥିଲା । ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚର ଟସ୍ ଅପରାହ୍ନ ୧ଟାରେ ଅନୁଷ୍ଠିତ ହେବ । ମ୍ୟାଚ୍ ଦିନ ୧.୩୦ ମିନିଟରୁ ଆରମ୍ଭ ହେବ । କିନ୍ତୁ ବର୍ଷା ଏହି ମ୍ୟାଚରେ ଭିଲେନ୍ ହୋଇପାରେ ।
ଏହି ମ୍ୟାଚ୍ ଭାରତୀୟ କ୍ରିକେଟ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ଦଳ ମଧ୍ୟ ସିରିଜକୁ ନିଜ ନାମରେ କରିନେବ । ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୩୫.୪ ଓଭରରେ ୧୮୮ ରନ୍ କରି ଅଲଆଉଟ ହୋଇଯାଇଥିଲା । କେବଳ ୫ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୧୮୯ ରନ୍ ଲକ୍ଷ୍ୟ ହାସଲ କରିନେଇଥିଲା ।
