ସିମୁଳିଆ ବ୍ଲକସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ
ସିମୁଳିଆ : ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଜିଲା ପ୍ରଶାସନ ମିଳିତ ଅନୁକୂଲ୍ୟରେ ବ୍ଲକସ୍ତରୀୟ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ପ୍ରଶିକ୍ଷଣ ଶିବିର ଶନିବାର କଣିଆରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସିମୁଳିଆ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଡା. ସୋନାଲି ପତି, କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ମତ୍ସ୍ୟ ଅଧିକାରିଣୀ ସ୍ୱୟଂପ୍ରଭା ବଳ, ଜିପିଇଓ ମୃତ୍ୟୁଞ୍ଜୟ ନାୟକ, ବ୍ଲକ ଅଧ୍ୟକ୍ଷ ବାବାଜି ଚରଣ ମଲିକ ଓ ସିଏମ୍ଜିଆଇର ଜିଲା ସଂଯୋଜକ ଅପୂର୍ବ ରାଏ ଯୋଗଦେଇ ନିଜ ନିଜ ବିଭାଗର ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଜିଲା ସଂଯୋଜକ ଅପୂର୍ବ ରାଏ ଗତ ୨୦୧୨ରୁ ରାଇଟ୍ ଟୁ ପବ୍ଲିକ ସର୍ଭିସ ଆକ୍ଟ ତିଆରି କରାଯାଇଥିଲେ ହେଁ ପ୍ରଶାସନ ଅଧିକାରୀଙ୍କ ବିପକ୍ଷରେ ସମଗ୍ର ଓଡ଼ିଶାରେ ସର୍ବମୋଟ ୮/୧୦ଟି ଅଭିଯୋଗ ଅଦ୍ୟାବଧି ହୋଇଛି । ଏହାର ଅର୍ଥ ଜନସାଧାରଣଙ୍କର କୌଣସି ଅଭିଯୋଗ ନାହିଁ ଅଥବା ଜନ ସାଧାରଣ ଓ ଲୋକପ୍ରତିନିଧି ମାନଙ୍କର ଅଜ୍ଞତା ଯୋଗୁଁ ଏହାର ବିନିଯୋଗ କରାଯାଇପାରୁନାହିଁବୋଲି ସେ କହିଥିଲେ । ଅପରପକ୍ଷେ ଏହି ଉତ୍ସବରେ ଯୋଗ ଦେଇଥିବା ବିଭିନ୍ନ ସରପଞ୍ଚ, ସମିତିସଭ୍ୟମାନେ ବିଭିନ୍ନ ଅଭିଯୋଗ ଆଣିବା ସହିତ ସରକାରଙ୍କ ନିୟମ ଓ ଯୋଜନା ବାଟବଣା ହେଉଥିବାର ଅଭିଯୋଗ କରିଥିଲେ ।
