ରାତ୍ରୀକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ନୀଳଗିରି ଚମ୍ପିଆନ
ନୀଳଗିରି : ନୀଳଗିରି ବ୍ଲକର ଗରଡିହି ପଂଚାୟତର କଳାକାଦ ଖେଳପଡ଼ିଆରେ ରାତ୍ରୀକାଳିନ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ), ସମ୍ମାନିତ ଅତିଥି ଭାବେ ବିଶ୍ୱମ୍ବର ସ ଏବଂ ଚୈତନ୍ୟ ନାୟକ ମଂଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କୁ ଅନୁଷ୍ଠାନର ଯୁବଗୋଷ୍ଠୀ ବିରାଟ ପଟୁଆରରେ ପ୍ରସେନ କରାଇ ଖେଳ ପଡ଼ିଆକୁ ପାଛୋଟି ନେଇଥିଲେ । ପରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଫିତାକାଟି ବ୍ୟାଟିଂ କରି ଖେଳକୁ ଶୁଭାରମ୍ଭ କରିଥିଲେ । ରାତ୍ରୀକାଳିନ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଂଟରେ ମୋଟ ୮ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ନୀଳଗିରି ଟିମ୍ ଚମ୍ପିଆନ ହୋଇଥିଲା । ସିନ୍ଦୁରଗୌରା ଟିମ୍ ରନସ ଅପ ହୋଇଥିଲା । ଚମ୍ପିଆନ ଦଳକୁ ୧୦ହଜାର ଟଙ୍କା ଓ ଟ୍ରଫି ଏବଂ ରନସଅପ୍ ଟିମ୍ ପାଂଚ ହଜାର ଓ ଟ୍ରଫି ପ୍ରଦାନ କରାଯାଇଛି । ରମେଶ ନାୟକ ମଂଚ ପରିଚାଳନା କରିଥିବା ବେଳେ କମିଟିର ସଦସ୍ୟ ଚିନୁ, ବୁବୁଲୁ, ଝୁନୁ, ପୁଚୁ, କାର୍ତିକ, ବିଶ୍ୱଜିତ୍ ପାପୁଆ, ଚିକୁନୁ, ଭିକୁ, ପ୍ରମୁଖ ସହଯୋଗ କରିଥିଲେ ।
