ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ମ୍ୟାଚ୍ ଉପରେ ବର୍ଷାର କଳା ବାଦଲ
ବିଶାଖାପଟନମ: ଆଜି ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା । ବିଶାଖାପଟନମରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ଦିନିକିଆକୁ ଭାରତ ଚମତ୍କାର ଢଙ୍ଗରେ ଜିତିଛି । ମୁମ୍ବାଇର ୱାଙ୍ଖଡେରେ ଖେଳାଯାଇଥିବା ମୁକାବିଲାକୁ ୫ ୱିକେଟ୍ରେ ଜିତି ଭାରତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ଅପରପକ୍ଷରେ ଦ୍ୱିତୀୟ ଦିନିକିଆ ବର୍ଷାରେ ଧୋଇ ହୋଇଯିବାର ଆଶଙ୍କା ଦେଖା ଦେଇଛି ।
ବିଶାଖାପାଟଣାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଯଦି ଭାରତ ବିଜୟୀ ହୁଏ । ତିନିଟିକିଆ ସିରିଜ୍କୁ ୨-୧ରେ ନିଜ ନାମରେ କରିବାରେ ସଫଳ ହେବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ରେ ଭାରତ ପାଇଁ ଏକ ଗୁଡ୍ ନ୍ୟୁଜ୍ ରହିଛି । ଅଧିନାୟକ ରୋହିତ ଶର୍ମା ଦଳକୁ ଫେରୁଛନ୍ତି । ଦଳକୁ ଫେରିବା ପରେ ରୋହିତ ଶର୍ମା ହିଁ ଅଧିନାୟକ ପଦ ସମ୍ଭାଳିବେ । ବ୍ୟକ୍ତିଗତ କାରଣରୁ ପ୍ରଥମ ଦିନିକିଆରେ ଅନୁପସ୍ଥିତ ରହିଥିଲେ ରୋହିତ ଶର୍ମା । ଯାହାଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ବିଶାଖାପାଟଣା କ୍ରିକେଟ୍ ଗ୍ରାଉଣ୍ଡରେ ମୋଟ ୯ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତ ୭ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଦିନିକିଆରେ ପରାସ୍ତ ହୋଇଛି । ଶେଷରେ ଆଉ ଏକ ମ୍ୟାଚ୍ ଟାଇ ରହିଛି । ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଜୋରଦାର ଲଢେଇ ଦେଖିବାକୁ ମିଳିବ । ଖାସ୍ କରି ଏକ ହାଇସ୍କୋରିଂ ଗେମ୍ ହେବ ବୋଲି କ୍ରୀଡା ପ୍ରଶଂସକମାନେ ଆଶାବ୍ୟକ୍ତ କରିଛନ୍ତି ।
ଦ୍ୱିତୀୟ ଦିନିକିଆ ଉପରେ ବର୍ଷାର କଳା ବାଦଲ ଛାଇ ଯାଇଛି । ଭାରତର ଅନେକ ରାଜ୍ୟରେ ପାଣିପାଗରେ ଅଚାନକ ପରିବର୍ତନ ଆସିଛି । ଗରମ ସମୟରେ ଦିଲ୍ଲୀ, ମଧ୍ୟ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ସମେତ ଅନେକ ରାଜ୍ୟର କିଛି ସହୟରେ ପ୍ରବଳ ବର୍ଷା ହୋଇଛି । ବିଶାଖାପଟନମ ରେ ମଧ୍ୟ ପାଣିପାଗ ଠିକ୍ ଏହି ପରି ରହିଛି । ରବିବାର ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆକ୍ୱେଦର ଅନୁଯାୟୀ, ରବିବାର ବିଶାଖାପଟନମରେ ୮୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି ଏବଂ ଦିନସାରା ବାଦଲ ଛାଇ ରହିବ । ବିଶେଷ କରି ରବିବାର ସକାଳେ ବର୍ଷାର ଆଶଙ୍କା ଅଧିକ ରହିଛି । ଏମିତିରେ ପଡିଆ ଅଦା ହେଲେ ଟସ୍ରେ ବିଳମ୍ବ ବି ଘଟିପାରେ । ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି । ସନ୍ଧ୍ୟା ୫ଟାରେ ପ୍ରାୟ ୫୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏମିତି ହେଲେ ମ୍ୟାଚ୍ରେ ଓଭର ସଂଖ୍ୟା କମିପାରେ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ/ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ।
ଅଷ୍ଟ୍ରେଲିଆର ସମ୍ଭାବିତ ଚୂଡାନ୍ତ ଏକାଦଶ : ଡେଭିଡ୍ ୱାର୍ଣ୍ଣର/ଟ୍ରେଭିସ୍ ହେଡ୍, ମିଚେଲ୍ ମାର୍ଶ, ଷ୍ଟିଭେନ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସେନ, ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସୱେଲ, କ୍ୟାମେରୁନ ଗ୍ରୀନ, ଜୋଶ ଇଙ୍ଗ୍ଲିସ, ସିନ୍ ଏବଟ୍, ମିଚେଲ୍ ଷ୍ଟାର୍କ, ଆଡମ ଜାମ୍ପା ।
