ରାଜ୍ୟରେ ଆଉ ୩,୪୫୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୪୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୯୭୩ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୪୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୬ହଜାର ୯୪୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୮ ଜଣ ଥିବାବେଳେ ବାଲେଶ୍ୱରରୁ ୧୭୪ଜଣ, ବରଗଡ଼ରୁ ୬୯ଜଣ, ଭଦ୍ରକରୁ ୧୯୪ଜଣ, ବଲାଙ୍ଗୀରରୁ ୨୮ଜଣ, ବୌଦ୍ଧରୁ ୨୫ଜଣ, କଟକରୁ ୪୮୦ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୫୭ଜଣ, ଗଜପତିରୁ ୧୭ଜଣ, ଗଞ୍ଜାମରୁ ୧୯ଜଣ, ଜଗତସିଂହପୁରରୁ ୮୧ଜଣ, ଯାଜପୁରରୁ ୨୬୭ଜଣ, ଝାରସୁଗୁଡ଼ାରୁ ୨୦ଜଣ, କଳାହାଣ୍ଡିରୁ ୨୧ଜଣ, କନ୍ଧମାଳରୁ ୩୧ଜଣ, କେନ୍ଦ୍ରାପଡ଼ାରୁ ୧୪୭ଜଣ, କେନ୍ଦୁଝରରୁ ୭୩ଜଣ, ଖୋର୍ଦ୍ଧାରୁ ୪୯୯ଜଣ, କୋରାପୁଟରୁ ୮୧ଜଣ, ମାଲକାନାଗିରିରୁ ୮୨ଜଣ, ମୟୁରଭଞ୍ଜରୁ ୧୮୦ଜଣ, ନବରଙ୍ଗପୁରରୁ ୪୨ଜଣ, ନୟାଗଡ଼ରୁ ୧୨୬ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୨୮୯ଜଣ, ରାୟଗଡ଼ାରୁ ୫୬ଜଣ, ସମ୍ବଲପୁରରୁ ୩୯ଜଣ, ସୋନପୁରରୁ ୪୩ଜଣ, ସୁନ୍ଦରଗଡ଼ରୁ ୯୦ଜଣ ଏବଂ ରାଜ୍ୟ ପୁଲ୍ରୁ ୮୧ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୮୬,୯୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୪୮,୯୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩୪ହଜାର ୨୧୬ଜଣ ସକ୍ରିୟ ମାମଲା ରହିଛି ।
