ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଅଗ୍ରିମ ରାଶି
ଭୁବନେଶ୍ୱର : ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ମିଳିବ ଅଗ୍ରିମ ରାଶି। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ବିନା ସୁଧରେ ଅଗ୍ରିମ ରାଶି ଦେବେ ରାଜ୍ୟ ସରକାର । ଗ୍ରୁପ୍ ଏ’ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ କିଣିବାକୁ ମିଳିବ ଅଗ୍ରିମ ରାଶି । କାର ଦାମର ୭୫% ବା ସର୍ବାଧିକ ୧୫ ଲକ୍ଷ ଆଡଭାନ୍ସ ମିଳିବ। ଠିକ୍ ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ମିଳିବ। ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଅଗ୍ରିମ ରାଶି ମିଳିବ। ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ। ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଛି।
ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ଅଗ୍ରିମ ରାଶି ଦେବେ। ଜଣେ କର୍ମଚାରୀଙ୍କୁ କେବଳ ଗୋଟିଏ ଯାନ ପାଇଁ ଅଗ୍ରିମ ରାଶି ମିଳିବ। ୨୦୨୫ ଡିସେମ୍ବର ୩୧ ତାରିଖ ଯାଏଁ ଏହି ସୁବିଧା ମିଳିବ। ଇଲେକ୍ଟ୍ରି କାର ବା ଦୁଇ ଚକିଆ କିଣିବାକୁ ସରକାର ଅଗ୍ରିମ ଦେବେ। ଗ୍ରୁପ୍ ‘ଏ’ ବା ‘ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ କିଣିବାକୁ କାର ଦାମର ୭୫% ବା ସର୍ବାଧିକ ୧୫ ଲକ୍ଷ ଅଗ୍ରିମ ମିଳିବ। ଠିକ୍ ସେହିପରି ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ମିଳିବ। ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଅଗ୍ରିମ ମିଳିବ। ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଏହା ଭରଣା ହେବ।
ଅନ୍ୟପଟରେ ଗାଇଡଲାଇନ୍ରେ କୁହାଯାଇଛି ଯେ, ବିଦ୍ୟୁତ୍ ଗାଡ଼ି କିଣିବା ପାଇଁ ଅଗ୍ରିମ ଟଙ୍କା ନେଇଥିବା କର୍ମଚାରୀ ଯଦି ନିୟମ ଉଲ୍ଲଂଘନ କରନ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅର୍ଥାତ ଅଗ୍ରିମ ନେଇଥିବା ଅର୍ଥ ଗାଡ଼ି କିଣିବା ପରିବର୍ତ୍ତେ ଅନ୍ୟ ବାବଦକୁ ଖର୍ଚ୍ଚ କଲେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ।
