ଅମିତ ସିଂହକୁ ଗିରଫ କଲା ଇଓଡବ୍ଲୁ, ଓ୍ବେବ୍ସାଇଟ ଖୋଲି ଚାକିରି ନାମରେ କରୁଥିଲେ ଠକେଇ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ହାତରେ ପୁଣି ଜଣେ ବଡ଼ ଠକ । ବିହାର କେଶଦେଓରା ଗ୍ରାମରୁ ଠକ ଅମିତ ସିଂହକୁ ଗିରଫ କଲା ଇଓଡବ୍ଲୁ।
ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାମରେ ଓ୍ବେବସାଇଟ ଖୋଲି ୧୭ରାଜ୍ୟର ୩୫ଲକ୍ଷ ପିଲାଙ୍କୁ ଠକିଛି ଅମିତ । ଜାଲ୍ ଓ୍ବେବ୍ସାଇଟ ଖୋଲି ଚାକିରି ଦେବାକୁ କହି ଅମିତ ଠକି ଚାଲିଥିଲା । ଦିଲ୍ଲୀ, ମୁମ୍ବାଇ, ଡେରାଡୁନରେ ଅମିତର ଥିଲା ମୁଖ୍ୟ ଅଫିସ । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାରେ ବ୍ୟବହାର ସମସ୍ତ ଓ୍ବେବସାଇଟକୁ ପରିଚାଳନା କରୁଥିଲା ଅମିତ । ଅମିତ ଜଣେ ଆଇଟି ପ୍ରଫେସନାଲ ବୋଲି ସୂଚନା ମିଳିଛି।
