ଉତ୍ତରକୋରିଆରେ ଗୋଟିଏ ବି କୋଭିଡ ମାମଲା ପଞ୍ଜିକୃତ ହୋଇନାହିଁ !
North Korean leader Kim Jong Un attends a plenary meeting of the Workers' Party central committee in Pyongyang, North Korea in this photo supplied by North Korea's Central News Agency (KCNA) on February 10, 2021. KCNA via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. REUTERS IS UNABLE TO INDEPENDENTLY VERIFY THIS IMAGE. NO THIRD PARTY SALES. SOUTH KOREA OUT. NO COMMERCIAL OR EDITORIAL SALES IN SOUTH KOREA.
ସିଓଲ : ଚୀନ୍ରୁ ଆରମ୍ଭ ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ ଦେଶରେ ଗୋଟିଏ ବି କୋଭିଡ ମାମଲା ପଞ୍ଜିକୃତ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କୁ ଉତ୍ତର କୋରିଆ ଏହି ସୂଚନା ଦେଇଛି ।
ସୂଚନା ଯେ, ଉତ୍ତରକୋରିଆରେ ଜୁନ୍ ୧୦ ପର୍ଯ୍ୟନ୍ତ କରୋନାଭାଇରସ୍ ପାଇଁ ୩୦ ହଜାରରୁ ଅଧିକ ଲୋକଙ୍କୁ ପରୀକ୍ଷା କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ଦେଶରେ କୌଣସି ସଂକ୍ରମଣର ରିପୋର୍ଟ ହୋଇନାହିଁ । ଉତ୍ତର କୋରିଆର ଅନୁସନ୍ଧାନ ଅନୁଯାୟୀ, ହୁ ଏକ ସର୍ଭେ ରିପୋର୍ଟରେ କହିଛି ଯେ ଜୁନ୍ ୪ ରୁ ଜୁନ୍ ୧୦ ମଧ୍ୟରେ ୭୩୩ ଜଣଙ୍କର ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୧୪୯ ଜଣ ବ୍ୟକ୍ତି ସ୍ୱାଇନ୍ ଫ୍ଲୁ ଭଳି ରୋଗ କିମ୍ବା ଶ୍ୱାସକ୍ରିୟା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ । ସେପଟେ ବିଶେଷଜ୍ଞମାନେ ଉତ୍ତର କୋରିଆର ଏହି ଦାବିକୁ ସନ୍ଦେହ କରୁଛନ୍ତି । ସେମାନଙ୍କ ମତରେ ଏଠାରେ ସଂକ୍ରମଣର କୌଣସି ମାମଲା ନାହିଁ, ଯେତେବେଳେ କି ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ଖରାପ । କେବଳ ସେତେକି ନୁହେଁ ଉତ୍ତର କୋରିଆର ବଡ ସହଯୋଗୀ ତଥା ଆର୍ଥିକ ଜୀବନ ରେଖା କୁହାଯାଉଥିବା ଚୀନ୍ ସୀମା ସହ ଏମାନଙ୍କ ସୀମା ଲାଗି ରହିଛି । ଯଦି କୌଣସି ସନ୍ଦେହ ନାହିଁ ତାହେଲେ ସୀମା ପାର ହେଉଥିବା ଯାତାୟାତ ଏବଂ ବାଣିଜ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କାହିଁକି କରାଯାଇଛି । ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଗତ ସପ୍ତାହରେ ଏକ ରାଜନୈତିକ ସମ୍ମିଳନୀରେ ଅଧିକାରୀମାନଙ୍କୁ କହିଥିଲେ ଯେ କୋଭିଡ-୧୯ ପ୍ରତିବନ୍ଧକକୁ ଦୀର୍ଘ ସମୟ ଧରି ରଖିବାକୁ ପ୍ରସ୍ତୁତ ହେବାକୁ ଦେଶ ସୂଚାଇ ଦେଇଛି ଯେ ଦେଶ ଏପର୍ଯ୍ୟନ୍ତ ଏହାର ସୀମା ଖୋଲିବାକୁ ପ୍ରସ୍ତୁତ ନୁହେଁ ।
