ଧର୍ମ ପରିବର୍ତ୍ତନ ମାମଲାରେ ଦୋଷୀଙ୍କ ଉପରେ ଲାଗିବ ଏନଏସଏ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ଧର୍ମ ପରିବର୍ତ୍ତନ ମାମଲାରେ କଠୋର ହେଲେ ଯୋଗୀ ସରକାର । ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଦୋଷୀଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ମଧ୍ୟ ଲଗାଯିବ । ଏହାସହ ଯିଏ ଦୋଷୀ ତାଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏପରିକି ଯେଉଁମାନେ ଧର୍ମ ପରିବର୍ତ୍ତନ କରାଉଛନ୍ତି ସେ ସମସ୍ତ ଲୋକଙ୍କ ସମ୍ପତ୍ତି ବି ଜବତ କରାଯିବ । ସୋମବାର, ୟୁପି ଏଟିଏସ୍ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରୁଥିବା ବଡ ଗ୍ୟାଙ୍ଗକୁ ଗିରଫ କରିଥିଲା । ଦିଲ୍ଲୀରୁ କାର୍ଯ୍ୟ କରୁଥିବା ଏହି ଗ୍ୟାଙ୍ଗ ବହୁ ସଂଖ୍ୟକ ଲୋକଙ୍କୁ ଟଙ୍କା, ବିବାହ ଏବଂ ଚାକିରିର ଲୋଭ ଦେଇ ଧର୍ମ ପରିବର୍ତ୍ତନ କରୁଥିଲେ । ଦୀର୍ଘ ଦିନ ପରେ ୟୁପି ଏଟିଏସ୍ ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଅଧିକାଂଶ ହିନ୍ଦୁ ମୁସଲମାନ ହୋଇଛନ୍ତି ।
