ଆଜିଠୁ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩
ଭୁବନେଶ୍ୱର : ଆଜିଠୁ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ-୨୦୨୩। ସୋମବାର ଠାରୁ ୟୁନିଟ୍ -୧ ଆଦିବାସୀ ପଡ଼ିଆରେ ଏହା ଆରମ୍ଭ ହେବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଅନୁସୂଚିଜ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ପ୍ରତିଦିନ ଅପରାହ୍ନ ୩ରୁ ରାତି ୯ ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ। ଏଥିସହ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହେବ। ମିଜୋରାମ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟର ଆଦିବାସୀ ନୃତ୍ୟରେ ଝୁମିବ ଆଦିବାସୀ ପଡ଼ିଆ। ସା ୬ଟା ୩୦ରେ ଏହା ଉଦ୍ଘାଟନ ହେବ।
