ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଆଦାନୀ ଓ ଇଡି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
FILE PHOTO: Indian parliament building is reflected in a puddle after the rain in New Delhi, India July 20, 2018. REUTERS/Adnan Abidi
ନୂଆଦିଲ୍ଲୀ: ଆଜିଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଅଧିବେଶନର ଏହି ପର୍ଯ୍ୟାୟରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ଦୀର୍ଘ ଦିନ ଧରି ବିଚାରାଧୀନ ବିଲ୍ ପାସ୍ କରିବା ହେବ। ଅଧିବେଶନର ଏହି ପର୍ଯ୍ୟାୟରେ ରାଜ୍ୟସଭାରେ ୨୬ଟି ବିଲ୍ ଏବଂ ଲୋକସଭାରେ ୯ଟି ବିଲ୍ ବିଚାରାଧୀନ ଅଛି। ଏହାଛଡ଼ା ଅର୍ଥ ବିଲ୍ ପାସ୍ କରିବା ସରକାରଙ୍କ ପ୍ରାଥମିକତା ହେବ। ଅନ୍ୟପକ୍ଷରେ ଅଣ ବିଜେପି ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଓ ଆଦାନୀ ଗ୍ରୁପ୍ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ପୁଣି ଘେରିବା ସମ୍ଭାବନା ରହିଛି ।
ସୂଚନା ଯେ, ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିଲା । ପ୍ରଥମ ଦିବସର ସଂସଦର ମିଳିତ ବୈଠକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିନ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ।
