ଚତୁର୍ଥ ଟେଷ୍ଟ : ପ୍ରଥମ ଇନିଂସରେ ୫୭୧ ରନରେ ଅଟକିଲା ଭାରତ, ୯୧ ରନର ଅଗ୍ରଣୀ
ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟର। ଶୁଭମନ ଗିଲ୍ଙ୍କ ପରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଶାଳ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଛି। ଦଳ ଅଷ୍ଟ୍ରେଲିଆଠୁ ୯୧ ରନ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ୧୮୬ ରନ କରି ଦ୍ଵିଶତକରୁ ବଞ୍ଚିତ ହୋଇଛନ୍ତି। ଗିଲ୍ ୧୨୮ ରନର ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅକ୍ଷର ପଟେଲ୍ ୭୯ ରନ ରନ କରିଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ କରିଥିଲା। ଅଷ୍ଟ୍ରେଲିଆ ତରଫରୁ ନାଥନ ଲିୟୋନ ଏବଂ ଟଡ୍ ମର୍ଫି ପ୍ରତ୍ୟେକ ୩ଟି ଲେଖାଏଁ ନେଇଛନ୍ତି।
ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ସୁବିଧାଜନକ ସ୍ଥିତିରେ ରହିଛି ଭାରତ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ବିନା ଓ୍ଵିକେଟ୍ରେ ୩ ରନ କରିଛି। କ୍ରିଜରେ ଟ୍ରେଭିସ୍ ହେଡ(୦) ଏବଂ ମାଥ୍ୟୁ କୁହନେମନ(୦) ଅପରାଜିତ ଅଛନ୍ତି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆଠୁ ୮୮ ରନରେ ଆଗୁଆ ରହିଛି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୫୭୧ ରନ କରିଥିଲା। ବିରାଟ କୋହଲି ୧୮୬ ରନର ଚମତ୍କାର ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୧୨୮ ରନ ଏବଂ ଅକ୍ଷର ପଟେଲ୍ ୭୯ ରନ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ଭାରତ ୫୭୧ ରନ କରି ୯୧ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଆସନ୍ତାକାଲି ମ୍ୟାଚ୍ର ଶେଷ ଦିନ।
ତୃତୀୟ ଦିନର ଅସମାପ୍ତ ଖେଳ ୨୮୯/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ଇନିଂସକୁ ଆଗକୁ ବଢାଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୬୪ ରନର ଭାଗିଦାରୀ କରିଥିଲେ। ବେପରୁଆ ସଟ୍ ଖେଳି ଜାଡେଜା ୨୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଶ୍ରୀକର ଭରତଙ୍କୁ ସାଥୀ କରି ବିରାଟ କୋହଲି ପଞ୍ଚମ ଓ୍ଵିକେଟ୍ରେ ୮୪ ରନ ଯୋଡିଥିଲେ। ଏହି କ୍ରମରେ ବିରାଟ କୋହଲି ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଟେଷ୍ଟ କ୍ରିକେଟ୍ରେ ନିଜ ଶତକ ମରୁଡିର ଅନ୍ତ ଘଟାଇଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରି କୋହଲି ୨୮ତମ ଟେଷ୍ଟ ଶତକ ହାସଲ କରିଥିଲେ।
ଶ୍ରୀକର ଭରତ ୪୪ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଏବଂ ଅକ୍ଷର ପଟେଲ୍ ଦିନିକିଆ ଢଙ୍ଗରେ ବ୍ୟାଟିଂ କରି ଦଳର ସ୍କୋରକୁ ୫୫୫ ରନରେ ପହଞ୍ଚାଇଥିଲେ। ଅକ୍ଷର ପଟେଲ୍ ୭୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହା ପୂର୍ବରୁ କୋହଲି ଏବଂ ଅକ୍ଷର ଷଷ୍ଠ ଓ୍ଵିକେଟ୍ରେ ୧୬୨ ରନ ଯୋଡିଥିଲେ। ଏହା ପରେ ଭାରତ ସଅଳ ଓ୍ଵିକେଟ୍ ହରାଇଥିଲା। ଧୈର୍ଯ୍ୟର ପରିଚୟ ଦେଇ ଦ୍ଵିଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ କୋହଲିଙ୍କ ଓ୍ଵିକେଟ୍ ପତନ ସହ ଭାରତର ଇନିଂସ ୫୭୧ରେ ଥମିଥିଲା। କୋହଲି ୧୫ ଚୌକା ଜରିଆରେ ୧୮୬ ରନର ପ୍ରଶଂସନୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।
