କୋଭିଡ-୧୯ ବିରୋଧରେ ୭୭% ପ୍ରଭାବଶାଳୀ କୋଭାକ୍ସିନ୍
- ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ
ନୂଆଦିଲ୍ଲୀ : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ପର୍ଯ୍ୟାୟ ୩ କ୍ଲିନିକାଲ ପରୀକ୍ଷଣର ଫଳାଫଳ ଆସିଛି । କୋଭାକ୍ସିନର ପର୍ଯ୍ୟାୟ ୩ ପରୀକ୍ଷଣରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, କୋଭିଡ-୧୯ ବିରୋଧରେ ଟିକା ପ୍ରାୟ ୭୭.୮% ପ୍ରଭାବଶାଳୀ ଅଟେ । ସବଜେକ୍ଟ ଏକ୍ସପେର୍ଟ କମିଟି (ଏସଇସି) ଭାରତ ବାୟୋଟେକର ତଥ୍ୟ ସମୀକ୍ଷା କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅନୁମୋଦନ ଦିଆଯାଇ ନାହିଁ। ଏସଇସି ପ୍ୟାନେଲ କୋଭାକ୍ସିନ ପରୀକ୍ଷା ଫଳାଫଳ ସମୀକ୍ଷା କରିବାକୁ ବୈଠକ କରିଥିଲେ ।
ବୈଠକ ପରେ ଏସଇସି ବର୍ତ୍ତମାନ ସମୀକ୍ଷା ପାଇଁ ଡିସିଜିଆଇକୁ ତଥ୍ୟ ପଠାଇବ । ଭରତ ବାୟୋଟେକ୍ ଆଜି ହୋଇଥିବା ବୈଠକରେ ଏକ ଉପସ୍ଥାପନା କରିଥିଲା ଯେଉଁଥିରେ ପ୍ୟାନେଲରେ ତଥ୍ୟ ଉପସ୍ଥାପିତ ହୋଇଥିଲା । ତଥ୍ୟରେ କୁହାଯାଇଥିଲା ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୭୭.୮% ଫଳପ୍ରଦତା ପ୍ରଦର୍ଶନ କରିଛି । ଏସଇସି ବର୍ତ୍ତମାନ ତଥ୍ୟକୁ ତର୍ଜମା କରିବା ସହ ସମୀକ୍ଷା ପାଇଁ ଡିସିଜିଆଇକୁ ତଥ୍ୟ ପଠାଇବା ବୋଲି ଜଣାପଡ଼ିଛି ।
