ସତୀଶ କୌଶିକ ମୃତ୍ୟୁ ଘଟଣା, ଫାର୍ମ ହାଉସ୍ରୁ ମିଳିଲା ଆପତ୍ତିଜନକ ଔଷଧ
ମୁମ୍ଵାଇ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ସାମ୍ନାକୁ ଆସିଛି ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଯେତେବେଳେ ଦିଲ୍ଲୀ ପୋଲିସ ଟିମ୍ ଫାର୍ମ ହାଉସକୁ ଯାଇ ଅନୁସନ୍ଧାନ କରିଥିଲା। ସେତେବେଳେ କିଛି ଆପତ୍ତିଜନକ ଔଷଧ ପୋଲିସ ଉଦ୍ଧାର କରିଥିଲା। ଏହା ପରେ ସତୀଶ କୌଶିକଙ୍କ ପୋଷ୍ଟ ମର୍ଟମ ଡିଟେଲସ୍ ଏବଂ ବିସରା ରିପୋର୍ଟକୁ ପୋଲିସ ଅପେକ୍ଷା କରିଛି। ଏହା ପରେ ପୁରା ଘଟଣା ସ୍ପଷ୍ଟ ହୋଇଯିବ । ଏହା ସହିତ ହୋଲି ପାର୍ଟିକୁ ଆସିଥିବା ଅତିଥିମାନଙ୍କ ତାଲିକା ମଧ୍ୟ ପୋଲିସ ପ୍ରସ୍ତୁତ କରିଛି। ଯେଉଁମାନେ ସେହି ସମୟରେ ଫାର୍ମ ହାଉସରେ ଉପସ୍ଥିତ ଥିଲେ। ପୋଲିସ୍ ସେହି ଶିଳ୍ପପତିଙ୍କୁ ପଚରାଉଚୁରା କରିବାକୁ ଚାହୁଁଛି। ଯିଏ ମୃତ୍ୟୁ ପରେ ଫେରାର୍ ଅଛନ୍ତି।
