ଅବଦାନ ମହିଳା ମହାସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
କୋଣାର୍କ : ମହିଳା ମାନଙ୍କ ଅଧିକାର, ସମାନତା ଓ ସୁରକ୍ଷାର ବାର୍ତ୍ତା ନେଇ ମାର୍ଚ୍ଚ ମାସ ୮ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ସ୍ଥାନୀୟ ମହିଳା ଗୋଷ୍ଠି କେନ୍ଦ୍ରରେ ଏହି ଦିବସକୁ ଖୁସିର ସହିତ ପାଳନ କରଯାଇଛି । ମହାସଂଘ ସଭାନେତ୍ରୀ ଶ୍ରୀମତି ହେମଲତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହେଇଥିବା ଏହି ସମାରୋହରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଭାମାମଣି ରାଉତ ଯୋଗ ଦେଈ ମହିଳା ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାରଙ୍କ ଅଗ୍ରଗତିରେ ମିଶନ ଶକ୍ତି ଆଜି ମହିଳା ମାନଙ୍କୁ ନିଜର ଅଧିକାର ଓ ଆତ୍ମନିର୍ଭରଶୀଳ କରିଛି । ତେଣୁ ମହିଳା ମାନେ ଏଥିରେ ସ୍ୱଚ୍ଛତା ସହ ସାମିଲ ହେଇ ଆଗକୁ ବଢ଼ିବାକୁ ସଭାନେତ୍ରୀ ଶ୍ରୀମତୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସ୍ୱଚ୍ଛ ପରିଚାଳିକା ଛବି ରାଣୀ ସ୍ୱାଇଁ ପରିଚାଳନା କରିଥିଲେ । ମହାସଂଘର ସମସ୍ତ୍ ଇସି ମେମ୍ୱରଙ୍କ ସହ ଶତାଧିକ ମହିଳା ଯୋଗ ଦେଇ ନିଜ ନିଜର ମତାମତ ପ୍ରଦାନ କରିବା ସହ ଅଭିର ଲଗାଇ ହୋଲି ଖେଳି ଖୁସି ମନାଇଥିଲେ ।
