ପାଟିରୁ ବାହାରୁଛି କି ପିଆଜ-ରସୁଣର ଦୁର୍ଗନ୍ଧ ? ଜାଣନ୍ତୁ ଏଥିରୁ କିଭଳି ପାଇବେ ମୁକ୍ତି
ପିଆଜ ରସୁଣ ଖାଇବା ଦ୍ବାରା ଆମକୁ ଏକ ଅଲଗା ସ୍ବାଦ ମିଳିଥାଏ । ସେହିପରି ପିଆଜ ରସୁଣ ଖାଇବା ଦ୍ବାରା ଆମ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ପିଆଜ ଏବଂ ରସୁଣରେ ଏଲିସିନ୍, ଅଲାୟଲ ମିଥାଇଲ ସଲଫାଇଡ ଏବଂ ସିସଟିନ ସଲଫୋକ୍ସାଇଡ ଭଳି କେତେକ ଖାସ୍ ଉପାଦାନ ରହିଥିବାରୁ ଏହା ଖାଇବା ଦ୍ବାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ।
ଯେତେବେଳେ ଆମେ ପିଆଜ ରସୁଣକୁ କାଟିଥାଉ ସେଥିରେ ଅଲାୟଲ ମିଥାଇଲ ବାହାରିଥାଏ ଏବଂ ଯେତେବେଳେ ଆମେ ଏହା ଖାଇଥାଉ ଏହି ଉପାଦାନ ଆମ ରକ୍ତପ୍ରବାହରେ ମିଶି ନିଃଶ୍ବାସ ନେବାବେଳେ ଦୁର୍ଗନ୍ଧ ହୋଇଥାଏ। ଯଦି ପିଆଜ ରସୁଣର ଦୁର୍ଗନ୍ଧରୁ ମୁକ୍ତି ଚାହୁଛନ୍ତି ତେବେ ଏହି ଜିନିଷଗୁଡ଼ିକ ଖାଆନ୍ତୁ ….
୧. କ୍ଷୀର :
ପିଆଜ ରସୁଣରେ ଥିବା ଉପାଦାନ ଯେଉଁଥିରୁ ଦୁର୍ଗନ୍ଧ ବାହାରିଥାଏ ତାହାକୁ କ୍ଷୀର ବହୁତ କମ୍ କରିଦେଇଥାଏ। ପିଆଜ ରସୁଣ ଖାଇବାର ୧୫-୨୦ମିନିଟ ପରେ କ୍ଷୀର ପିଅନ୍ତୁ।
୨. ସେଓ :
ଖାଇସାରିବା ପରେ ସେଓ ଖାଇବା ଦରକାର କାରଣ ଏଥିରେ ଥିବା ଏନଜାଇମ୍ ସଲଫର ଉପାଦାନକୁ ନଷ୍ଟ କରିଥାଏ ଯାହା ଦ୍ବାରା ପାଟିରୁ ଦୁର୍ଗନ୍ଧ ହୋଇନଥାଏ। ଆପଣ ସେଓ ଖାଇବା ବ୍ୟତୀତ ତାଜା ରସ ମଧ୍ୟ ପିଇ ପାରିବେ।
୩. ପାଣି :
ପିଆଜ, ରସୁଣ ଖାଇ ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ କମାଇବାର ସବୁଠୁ ସହଜ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ପାଣି। ଖାଇ ସାରିବା ପରେ ଅଳ୍ପ ନଖ ଉଷୁମ ପାଣି ପିଇବା ଦ୍ବାରା ଏହା ଟକ୍ସିନକୁ ନଷ୍ଟ କରି ଦୂର କରିଥାଏ।
୪. ଧନିଆଁ ପତ୍ର :
କଅଁଳ ଧନିଆଁ ପତ୍ର ଖାଇବା ଦ୍ବାରା କେବଳ ପାଟିର ଦୁର୍ଗନ୍ଧ ଦୂର ହୋଇନଥାଏ ବରଂ ପାଟି ପରିଷ୍କାର ହୋଇଥାଏ।
୫. ଲେମ୍ବୁ ପାଣି :
ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଏଥିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଏଥି ପାଇଁ ଅଳ୍ପ ନଖ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ଖାଇବାର ୧୫ମିନିଟ ପରେ କୁଳି କଲେ ଦୁର୍ଗନ୍ଧ ଦୂର ହୋଇଥାଏ।
୬. ବିନା ଚିନି ଚୁଇଙ୍ଗ ଗମ୍ :
ବିନା ଚିନି ଚୁଇଙ୍ଗ ଗମ୍ ଖାଇବା ଦ୍ବାରା ଏଥିରୁ ଲାଳ ବାହାରି ଦୁର୍ଗନ୍ଧକୁ ଦୂର କରିଥାଏ ଏବଂ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।
୭. ପାନମଧୁରୀ ଏବଂ ଅଳେଇଚ :
ପାନମଧୁରୀ ଏବଂ ଅଳେଇଚ ଚୋବାଇବା ଦ୍ବାରା ଦୁର୍ଗନ୍ଧ ଦୂର ହୋଇଥାଏ।
