ବଲାଙ୍ଗୀର ଜିଲ୍ଲାର କୁମ୍ଭାରୀ ଗାଁ ଠାରେ ବାଇକ୍କୁ ବାଇକ୍ ମୁହଁମୁହିଁ ଧକ୍କା ଜଣେ ଗୁରୁତର ହୋଇ ବଲାଙ୍ଗୀର ମେଡ଼ିକାଲରେ ଭର୍ତି
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ଝୁଲା ବାଗ ବୟସ ୧୭ । ଆଜି ଦିନ ବେଳେ ଝୁଲା ନିଜ ଗ୍ରାମରୁ ରେମଡା ଗ୍ରାମକୁ ଯିବା ସମୟରେ କୁମ୍ଭାରି ଗ୍ରାମ ନିକଟରେ ସାମ୍ନା ପଟରୁ ଆସୁଥିବା ଆଉଏକ ବାଇକ୍ ସହିତ ବହୁତ୍ ଜୋର୍ରେ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଝୁଲାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଦେହର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସଇଁତଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କଲାପରେ ଡ଼ାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା ଦେଖି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରିଥିଲେ ।
