ବିଜେପି ଯୁବମୋର୍ଚ୍ଚାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର : ବିଜେପି ଯୁବମୋର୍ଚ୍ଚା କେନ୍ଦୁଝର ଶାଖା ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସହିଦ ସଦନ ନିକଟରୁ କାର୍ଯ୍ୟକର୍ତା ମାନେ ଏକ ରାଲିରେ ଆସି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ ।
କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ଅପାରଗତା ଏବଂ ପୋଲିସର ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ଉପରେ ମିଛ ଦଫା ଲଗାଇବା ଉପରେ ବିଭିନ୍ନ ପ୍ରକାରର ସମାଲୋଚନା କରିଥିଲେ । ଯୁବମୋର୍ଚ୍ଚାର ଜିଲା ସଭାପତି ହୋମରଞ୍ଜନ ବାରିକ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେବା ସହିତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଜିଲାରୁ ନେଇ ବୁଥ ପର୍ଯ୍ୟନ୍ତ ବିରୋଧ କରାଯିବ ବୋଲି ସଭାପତି ବାରିକ କହିଥିଲେ । କାର୍ଯ୍ୟକ୍ରମରେ ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲା ମହିଳା ମୋର୍ଚା ସଭାନେତ୍ରୀ ମମତା ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦଷ୍ୟା କିରଣବାଳା ନାଏକ ଓ ମମିତା ନାୟକ, ଜିଲା ସମ୍ପାଦକ ଶିବକୁମାର ରାଠୋର ଓ ଦୀପକ ଜେନା, ବରିଷ୍ଠ କାର୍ଯ୍ୟକର୍ତା ଅଖିଳ ଚନ୍ଦ୍ର ନାଏକ, ଜିଲା ଯୁବମୋର୍ଚାର ସାଧାରଣ ସମ୍ପାଦକ ସବୀର ଦାସ, ପ୍ରକାଶ ସୂତ୍ରଧର, ଯୁବନେତା ଅସିତନନ୍ଦନ ମହାନ୍ତି, ଲକ୍ଷ୍ମଣ ରାଉତ, ବରିଷ୍ଠ କାର୍ଯ୍ୟକର୍ତା ରମେଶ ପ୍ରଧାନ ତଥା ବହୁ କାର୍ଯ୍ୟକର୍ତା ଓ ନେତା ଉପସ୍ଥିତ ଥିଲେ ।
