ଭୁବନେଶ୍ୱର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ପିଟି ହେବାରୁ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ଏୟାର ଏସିଆର ଏହି ବିମାନ ଭୁବନେଶ୍ୱରରୁ ପୁନେ ଯାଉଥିଲା । ଭୁବନେଶ୍ୱରରୁ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ପିଟି ହୋଇଯାଇଥିଲା । ତେଣୁ ବିମାନକୁ ଅବତରଣ କରିବାକୁ ପଡିଥିଲା । ତେବେ ବିମାନର ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି ।
