ଓମାନ ଏୟାରଲାଇନ୍ସ ବିମାନର ଜରୁରୀକାଳୀନ ଅବତରଣ
ନାଗପୁର : ଓମାନ ସ୍ଥିତ ସଲାମ ଏୟାରଲାଇନ୍ସର ଏକ ବିମାନ ବୁଧବାର ରାତିରେ ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି । ବାଙ୍ଗଲାଦେଶର ଚଟଗାଓଁରୁ ମସ୍କଟ ଅଭିମୁଖେ ଯାଉଥିବା ଏହି ବିମାନ ଯାନ୍ତ୍ରିକ ତୃଟୀ ଯୋଗୁଁ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲା । ତେବେ ବିମାନରେ ଯାତ୍ରା କରୁଥିବା ୨୦୦ ଯାତ୍ରୀ ଏବଂ ଚାଳକ ଦଳର ୭ ସଦସ୍ୟ ସୁରକ୍ଷିତ ଅଛନ୍ତି । ନାଗପୁର ବିମାନବନ୍ଦରର ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ସଲାମ ଏୟାର ଲାଇନ୍ସର ଏହି ବିମାନ ବୁଧବାର ରାତିରେ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନର ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପାଇଲଟ୍ । ଏହାପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା ।
