ଗଛକୁ ଧକ୍କା ଦେଲା ପିକଅପ୍ ଭ୍ୟାନ : ୩ ମୃତ, ୫ ଆହତ
ଲକ୍ଷ୍ନୌ : ଉତ୍ତରପ୍ରଦେଶର କାନପୁର ଜିଲାରେ ଗୁରୁବାର ବଡ ଧରଣର ସଡକ ଦୁର୍ଘଟଣା। ଗଛକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଯେ, ଗତ ବୁଧବାର ବିଳମ୍ବିତ ରାତିରେ ଚାଳକଙ୍କ ଆଖି ଲାଗିଯିବାରୁ ପିକଅପ ଗାଡି କାନପୁର ଜିଲାର ଘାଟମପୁର-ନୌରଙ୍ଗା ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି ।
