ବଙ୍ଗୋମୁଣ୍ଡା ରେଞ୍ଜ ବନ କର୍ମଚାରୀ ୬୩ଟି କେନ୍ଦୁ ଗଣ୍ଡୀ ଜବତ କଲେ
ବଲାଙ୍ଗୀର : ବଙ୍ଗୋମୁଣ୍ଡା ରେଞ୍ଜ ର କର୍ମଚାରୀମାନେ ଫେବୃଆରୀ ୨୬ ତାରିଖରେ ମହଖଣ୍ଡ ବିଭାଗର ମହଖଣ୍ଡ ଗ୍ରାମ ନିକଟରେ ୭୩ ମଲଗ୍ଧ ମାପର ୬୩ଟି କେନ୍ଦୁ ଗଣ୍ଡିକୁ ସଫଳତାର ସହ ଜବତ କରିଥିଲେ । ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଛି, ଯାହା ବର୍ତମାନ ଜାରି ରହିଛି । ଶ୍ରୀ ଶ୍ରୀକାନ୍ତ ସାହୁ, ଫରେଷ୍ଟର, ଶ୍ରୀ କୀର୍ତିଚନ୍ଦ୍ର ସୁଆର, ଫରେଷ୍ଟର; ଶ୍ରୀ ଦିବସ ମାଜି, ଫରେଷ୍ଟର; ଶ୍ରୀ ଭୋଜରାଜ ଭୋଇ, ୠଏ; ଶ୍ରୀ ହିମାଂଶୁ ପଣ୍ଡା, ୠଏ; ଏବଂ ବଙ୍ଗୋମୁଣ୍ଡା ରେଞ୍ଜ ର ପାରା ଷ୍ଟାଫ୍ମାନଙ୍କୁ ନେଇ ଏହି ଚଢ଼ାଉ କରଯାଇଥିଲା । ଦଳକୁ ସଫଳତା ପାଇଁ ମାର୍ଗଦର୍ଶନ କରିଥିବାରୁ ରେଞ୍ଜ ଅଫିସର ଶ୍ରୀ ଜନାର୍ଦ୍ଦନ ଠାକୁରଙ୍କ ନେତୃତ୍ୱ ଯୋଗୁଁ ବନବିଭାଗ ଅଧିକାରୀ ହୃଦୟରୁ କୃତଜ୍ଞତା ଜଣାଛନ୍ତି ।
