ଜିଓ ଦେଉଛି ୧ ମାସର ମାଗଣା ରିଚାର୍ଜ! ଡାଟା ଓ କଲିଂ ସବୁକିଛି ଫ୍ରି, ଏପରି ଉଠାନ୍ତୁ ଲାଭ
ମୁମ୍ବାଇ : ଜିଓ କମ୍ପାନୀ ନିଜର ଉପଭୋକ୍ତାମାନଙ୍କୁ ଲମ୍ବା ବୈଧତାର ପ୍ଲାନ୍ ପ୍ରଦାନ କରେ । ଏହି ପ୍ଲାନଗୁଡିକରେ ଅର୍ଦ୍ଧ ବାର୍ଷିକ ଓ ତ୍ରୈମାସିକ ପ୍ଲାନ୍ ଅପେକ୍ଷା ଅଧିକ ଲାଭ ପ୍ରଦାନ କରାଯାଏ । ଆହୁରି ମଧ୍ୟ ଏହି ପ୍ଲାନର ମୂଲ୍ୟ ମଧ୍ୟ କମ୍ ହୋଇଥାଏ । ଆମେ ଆପଣଙ୍କୁ ଏପରି ଏକ ରିଚାର୍ଜ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହାର ରିଚାର୍ଜ ଉପରେ ଆପଣଙ୍କୁ ଏକ ମାସର ମାଗଣା ରିଚାର୍ଜ ଅଫର୍ ଦିଆଯାଉଛି । ଏଠାରେ କହି ରଖୁଛୁ ଯେ, ଏହା ହେଉଛି ବାର୍ଷିକ ରିଚାର୍ଜ ପ୍ଲାନ୍, ଯାହା ୨୯୯୯ ଟଙ୍କାରେ ଆସିଥାଏ ।
ଜିଓ ୨୮୭୯ ରିଚାର୍ଜ ପ୍ଲାନ୍ :
ଏହି ପ୍ଲାନର ବୈଧତା ହେଉଛି ୩୬୫ ଦିନ । ଏହି ରିଚାର୍ଜ ପ୍ଲାନରେ ଦୈନିକ ୨ ଜିବି ଡାଟା ପ୍ରଦାନ କରାଯାଏ । ଆହୁରି ମଧ୍ୟ ଅସୀମିତ କଲିଂ ସୁବିଧା ଉପଲବ୍ଧ ଅଛି । ଏହି ପ୍ଲାନରେ ଦୈନିକ ୧୦୦ ଏସଏମଏସ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହା ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍ ର ସଦସ୍ୟତା ପ୍ରଦାନ କରାଯାଏ । ଏହି ସମସ୍ତ ସୁବିଧା ୭୧୯ ଟଙ୍କା ଜିଓ ପ୍ଲାନରେ ପ୍ରଦାନ କରାଯାଇଥାଏ । କିନ୍ତୁ ଜିଓର ୭୧୯ ଟଙ୍କା ପ୍ଲାନରେ ଉପଭୋକ୍ତାମାନଙ୍କୁ ୮୪ ଦିନର ବୈଧତା ପ୍ରଦାନ କରାଯାଇଥାଏ । ଯଦି ଆପଣ ୭୧୯ ରିଚାର୍ଜ ଯୋଜନାକୁ ଚାରିଥର ରିଚାର୍ଜ କରନ୍ତି, ତେବେ ସମୁଦାୟ ୨୮୭୯ ଟଙ୍କା ଦେବାକୁ ପଡିବ । ଏହି ଉପାୟରେ ଆପଣ ସମୁଦାୟ ୩୩୬ ଦିନର ବୈଧତା ପାଇବେ । ଯେତେବେଳେ କି ୨୮୭୯ ଟଙ୍କା ରିଚାର୍ଜ ପ୍ଲାନରେ ଆପଣ ଏକ ବର୍ଷର ବୈଧତା ଅର୍ଥାତ୍ ୩୬୫ ଦିନ ପାଇବେ । ଏହି ଉପାୟରେ ଆପଣ ଜିଓର ୭୧୯ ପ୍ଲାନରେ ସମୁଦାୟ ୨୯ ଦିନର ଅଧିକ ବୈଧତା ପାଇବେ ।
ଏକ ମାସର ମାଗଣା ରିଚାର୍ଜ କିପରି ପାଇବେ
ତେବେ କଥା ହେଉଛି ଯଦି ଆପଣ ୨୯୯୯ ଟଙ୍କାର ରିଚାର୍ଜ କରନ୍ତି, ତେବେ ଆପଣଙ୍କୁ ଆହୁରି ୨୩ ଦିନର ମାଗଣା କଲିଂ, ଡାଟା ଏବଂ ଏସଏମଏସ୍ ପାଇବେ । ଏହି ସମୟରେ ଆପଣ ମାଗଣା ଡାଟା ଉପଭୋଗ କରିପାରିବେ ଓ ମନଇଚ୍ଛା କଲ୍ କରିପାରିବେ । ଜିଓର ୨୯୯୯ ରିଚାର୍ଜ ପ୍ଲାନରେ ୩୬୫ ଦିନର ବୈଧତା ସହ ୨୩ର ଅତିରିକ୍ତ ମାଗଣା ସେବା ମିଳିଥାଏ । ଏହି ରିଚାର୍ଜ ପ୍ଲାନରେ ଆପଣ ଦୈନିକ ୨.୫ ଜିବି ଡାଟା ସହ ଅସୀମିତ କଲିଂ ଓ ୧୦୦ ଏସଏମଏସ ପ୍ରତିଦିନ ମିଳିଥାଏ । ଏହା ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଏବଂ ଜିଓ କ୍ଲାଉଡ୍ ର ସଦସ୍ୟତା ପ୍ରଦାନ କରାଯାଏ ।
