ମାଆ ମୃତ୍ୟୁ ପରେ ପୁଅର ଆତ୍ମହତ୍ୟା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗାଁ ବଡ଼ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଆ ମୃତ୍ୟୁର ୧୩ ଦିନ ପରେ ବିଷ ପିଇ ଆତ୍ମହତ୍ୟା କରଛି ପୁଅ । ମୃତ ଯୁବକଙ୍କ ନାମ ଦେବାଶିଷ ପଣ୍ଡା । ପ୍ରକାଶ ଥାଉକି, ଗତ ୧୬ ତାରିଖ ବିଳମ୍ବିତ ରାତିରେ ଘରେ ପଶି ତାଙ୍କ ମା’ଙ୍କୁ ଦୁର୍ବୃତ ମାନେ ହତ୍ୟା କରିଥିଲେ । ମାଆଙ୍କ ମୃତ୍ୟୁ ପରେ ପୁଅ ଦେବାଶିଷ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ । ତେବେ ଏ ପର୍ଯ୍ୟନ୍ତ ହତ୍ୟାକାରୀ ମାନେ ଧରାପଡିନଥିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ଆତ୍ମହତ୍ୟା କରିଥିଲେ ।
