ପିଡିଏସ୍ ରେ ପ୍ଲାଷ୍ଟିକ ଚାଉଳ ଏକ ଗୁଜବ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ପିଡିଏସ୍ ରେ ପ୍ଲାଷ୍ଟିକ ଚାଉଳ ବଂଟନକୁ ଗୁଜବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ଭିଟାମିନ ଯୁକ୍ତ ଚାଉଳ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପାଇଲଟ ବେସିସରେ ଦିଆଯାଇଥିଲା । ସେ ସମୟରେ ମଧ୍ୟ ଏହି ଚାଉଳ ନେଇ ଏହି ଭଳି ଗୁଜବ ଧାରଣା ସୃଷ୍ଟି ହୋଇଥିଲା । ସଚେତନତା ପରେ ଲୋକେ ଜାଣି ପାରିଲେ ଯେ ଏହା ଭିଟାମିନ ଯୁକ୍ତ ଚାଉଳ । ବର୍ତମାନ ଯେଉଁ ଜିଲ୍ଲାରେ ଏହି ଗୁଜବ ଉଠିଛି, ସେଠି ପ୍ରଶାସନ ସଚେତନ କରିବ । ଗୋଟେ କୁଇକ୍ଟାଲ ଚାଉଳରେ ଏକ କିଲୋ ଭିଟାମିନ ମିଶା ଯାଉଛି । ଚଳିତ ଫେବୃଆରୀ ମାସରୁ ସବୁ ଜିଲ୍ଲାରେ ଏହି ଭିଟାମିନ ଯୁକ୍ତ ଚାଉଳ ଦିଆଯାଉଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କ ଅଧିକୃତ ପରୀକ୍ଷାଗାରରେ ଟେଷ୍ଟ କରାଯାଉଛି । ତା’ପରେ ଯାଇ ପିଡିଏସ୍ ରେ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।
