ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାଜ ସେବା ବିଭାଗ ତରଫରୁ ଫଳ ବଣ୍ଟନ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାଜ ସେବା ବିଭାଗ (ଏମ୍ଏସ୍ଡବ୍ଲୁ) ପକ୍ଷରୁ \’ଆଜିର ଶିଶୁ କାଲିର ନାଗରିକ’ ଏହି ମୂଲ୍ୟବୋଧକୁ ବୁଝିବାକୁ ଯାଇ ଛାତ୍ରୀଛାତ୍ରମାନଙ୍କର ହୃଦୟରେ ସମାଜ ସେବାର ବୀଜ ପ୍ରତିରୋପଣ କରିବା ପାଇଁ ତଥା ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟକୁ ବୁଝାଇବା ପାଇଁ ଏହା ଏକ ସ୍ୱତନ୍ତ୍ର ପ୍ରଚେଷ୍ଟା ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ନୁଆପାଢ଼ି ସ୍ଥିତ ଜାମ୍ୱବାଣୀ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ କୁନି କୁନି ପିଲମାନଙ୍କର ବୌଦ୍ଧିକ ବିକାଶ ପାଇଁ ଛୋଟ ଛୋଟ ଖେଳ ଓ ଗପର ଆସର ସଙ୍ଗେ ସଙ୍ଗେ ବିଭାଗ ତରଫରୁ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭାଗର ସଂଯୋଜିକା ଡ. ଗ୍ରେସ ବାହାଲେନ୍ ମୁଣ୍ଡୁ, ବିଭାଗର ସହଯୋଗୀ ଅଧ୍ୟାପିକା ରଶ୍ମିରେଖା ରାଉତ ଏବଂ ବିଭାଗର ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ସନ୍ତୋଷ ବେହେରା, ନବୀନ କୁମାର ଦାସ, ତପନ ବାରିକ, ତପସ୍ୱିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅଙ୍ଗନୱାଡ଼ି କେନ୍ଦ୍ରର କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସହଯୋଗ କରି ସଫଳ କରାଇଥିଲେ ।
