ପୁଣି ବିଧାନସଭାରେ ଉଠିଲା ନବ ଦାସ ହତ୍ୟା ମାମଲା ନବଙ୍କ ହତ୍ୟା ଯୋଜନା ବଦ୍ଧ ହତ୍ୟାକାଣ୍ଡ, ମଝିରେ ମଝିରେ ଯାଂଚ ପ୍ରଗତି ସମ୍ପର୍କରେ ସୂଚନା ଦିଅନ୍ତୁ ଗୃହ ମନ୍ତ୍ରୀ : ତାରା ପ୍ରସାଦ
ଭୁବନେଶ୍ୱର : ବିଧାନସଭାରେ ଆଜି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ପୁଣି ଥରେ ଉଠିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସରକାରଙ୍କ ଦ୍ୱାରା କରାଯାଉଥିବା ତଦନ୍ତରେ ଯାହା କୁହା ଯାଉଛି ତାହା ଲୋକ ମାନଙ୍କ ମନକୁ ଛୁଉଁ ନାହିଁ । ଗୃହ ମନ୍ତ୍ରୀ ମଝିରେ ଯାଂଚ ପ୍ରଗତି ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ସେ କହିଛନ୍ତି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ନବ ଦାସଙ୍କ ହତ୍ୟା କୌଣସି ସାଧାରଣ ଘଟଣା ନୁହେଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । ସେ କହିଛନ୍ତି ଯେ ଏହି ହତ୍ୟାକାଂଡର ଯାଂଚ ସିବିଆଇ ଦ୍ୱାରା କରାଇବାକୁ ବିଜେପି ଦାବୀ କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି । ସେ କହିଛନ୍ତି ଯେ ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି ଯାହା କ୍ରାଇମବ୍ରାଞ୍ଚର ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଉଁନି । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହା ତଦନ୍ତ ହେଉନି । ଏ ନେଇ ଟାଇମ ଟୁ ଟାଇମ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
