ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁଲୱାମା : ପୁଲୱାମାର ଅଚ୍ଛନ ଅଂଚଳରେ ରବିବାର ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୋଲିସ ଓ ସୁରକ୍ଷା ବଳର ଉପସ୍ଥିତିରେ ସଞ୍ଜୟ ଶର୍ମାଙ୍କୁ ଅନ୍ତିମ ବିଦାୟୀ ଦିଆଯାଇଛି ।
ସଞ୍ଜୟ ଶର୍ମା ବ୍ୟାଙ୍କରେ ଗାର୍ଡ଼ ଭାବେ କାର୍ଯ୍ୟ କରୁଥିଲେ । ସଞ୍ଜୟଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପତ୍ନୀ, ତିନି ପିଲା ଓ ପରିବାର । ୧୦ ବର୍ଷ ତଳେ ସଞ୍ଜୟଙ୍କ ପିତାଙ୍କ ପରଲୋକ ଘଟିଥିଲା । ତାଙ୍କର ତିନି ଭାଇ ମଧ୍ୟ ରହିଛନ୍ତି ।
