ରାସମଞ୍ଜରୀ ଦେବୀଙ୍କର ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର : ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରିଛନ୍ତି ; ଆଠଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜନପ୍ରତିନିଧି ଭାବରେ ସେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ିକ ସବୁ ଦିନ ପାଇଁ ମନେ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
