ମହିଳାଙ୍କ ନିମନ୍ତେ ସ୍ୱଳ୍ପ ମିଆଦି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କୋଣାର୍କ : କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ବାବା ଐଶାନେସ୍ୱର ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଭାରତ ସରକାର ଆଞ୍ଚଳିକ ନିର୍ଦ୍ଦେଶାଳୟ ଭୁବନେଶ୍ୱର ସହାୟତାରେ ଏବଂ ୟଙ୍ଗ୍ ଇଣ୍ଡିଆ ସହଭାଗିତାରେ ମହିଳାଙ୍କ ନିମନ୍ତେ ଦିନିକିଆ ସ୍ୱଳ୍ପ ମିଆଦି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଏବଂ ଇ ଶ୍ରମ ପଞ୍ଜିକୃତ ୨ ଶହ ମହିଳା ଶ୍ରମିକ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ , କାକଟପୁର ବ୍ଲକ ମଣ୍ଡଳ ଉନୟନ ଅଧିକାରୀ ଡ଼ଃ ତୁଷାର ଜ୍ୟୋତିରଞ୍ଜନ, ପୁରୀ ଜିଲ୍ଲା ସଖୀ ସେଣ୍ଟରର ମୁଖ୍ୟ ପରିଚାଳିକା ବିଜୟ ଲଷ୍ମୀ ବଡ଼ଜେନା, ୟଙ୍ଗ୍ ଇଣ୍ଡିଆର ସଭାପତି ତଥା ରେଡିଓ ନମସ୍କାର ର ଅଧ୍ୟକ୍ଷ ଏନ୍ ଏ ଶାହା ଅନସାରି , ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋଡ ଆଞ୍ଚଳିକ ନିର୍ଦ୍ଦେଶାଲୟର ଶିକ୍ଷା ଅଧିକାରି ବସନ୍ତ କୁମାର ପାତ୍ର, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଇ ଶ୍ରମ କାର୍ଡର ଉଦେଶ୍ୟ ଏବଂ ସରକାରୀ ଯୋଜନା ,ବାଲ୍ୟ ବିବାହ ,ଘରୋଇ ହିଂସା , ଲିଙ୍ଗଗତ ପ୍ରଭେଦ ଓ କୃଷି ସମ୍ପର୍କରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
