ମୃତଦେହକୁ ଅସମ୍ମାନ! ୧୫ ଘଣ୍ଟା ପରେ ରେଳ ଧାରଣାରୁ ମୃତଦେହ ଜବତ କଲା ଜିଆର୍ପି
ରାଜଘାଟ : ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅନ୍ତର୍ଗତ ରାଜଘାଟ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରବିବାର ଏହି ଷ୍ଟେସନ ନିକଟରେ ଏକ ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜିଆର୍ପି ଥାନାକୁ ଖବର ଦେଇଥିଲେ । ହେଲେ କେହି ନ ପହଞ୍ଚିବାରୁ ମୃତ ଦେହ ଦୀର୍ଘ ସମୟ ଧରି ସେଠାରେ ପଡ଼ିରହିଥିଲା । ଫଳରେ ଷ୍ଟେସନରୁ ଯାଉଥିବା ଯାତ୍ରୀ ତଥା ଜନସାଧାରଣ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
ଶବକୁ ଜିଆର୍ପି ଅସମ୍ମାନ ଓ ଅଣଦେଖା କରିଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି । ୧୫ ଘଣ୍ଟା ପରେ ସୋମବାର ଜିଆର୍ପି ପହଞ୍ôଚ ରେଳ ଧାରଣାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।
