ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଯବାନ ସହିଦ, ଜଣେ ଆହତ
ନାରାୟଣପୁର : ନାରାୟଣପୁର ଜିଲ୍ଲାର ଓରଛା ଅଂଚଳରେ ସିଆରପିଏଫ ୧୬ ବାଟାଲିୟନର ଯବାନ ମାନେ ରବିବାର ସକାଳେ ସର୍ଚ୍ଚ ଅପରେସନରେ ଯାଇଥିଲେ । ଏହି ସମୟରେ ନକ୍ସଲ ମାନେ ସେଠାରେ ଆଇଇଡି ବିସ୍ଫୋରଣ ଘଟାଇଥିଲେ । ବିସ୍ଫୋରଣରେ ସିଆରପିଏଫର ହେଡ୍ କନଷ୍ଟେବଳ ସଞ୍ଜୟ ଲକଡ଼ା ସହିଦ୍ ହୋଇଛନ୍ତି । ଘଟଣାରେ ଅନ୍ୟ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ନେଇ ନାରାୟଣପୁର ଏସପି ପୁଷ୍କର ଶର୍ମା ସୂଚନା ଦେଇଛନ୍ତି ।
