ଦ୍ୱିତୀୟ ଇନିଂସ ଆରମ୍ଭ କଲେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରିୟଙ୍କାଙ୍କୁ କଲେ ବିବାହ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ୱିତୀୟ ଥର ବିବାହ କରିଛନ୍ତି । ଶ୍ରୀ ମିଶ୍ର ଜଣେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ହାତ ଧରି ନୂଆ ଜୀବନ ଯାତ୍ରା ଆରମ୍ଭ କରିଛନ୍ତି । ଉଭୟ ବର ଓ କନ୍ୟା ପକ୍ଷରୁ ଖୁବ କମ ସମ୍ପର୍କୀୟଙ୍କ ଉପସ୍ଥିତିରେ ନିରାଡମ୍ବରର ଭାବେ ଏହି ବିବାହ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାର ଏକ ହୋଟେଲରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ସମାରୋହରେ ସମ୍ପର୍କୀୟ ଓ ଅତି ପାଖ ଲୋକ ହିଁ ସାମିଲ ହୋଇଥିଲେ । ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନଥିଲା ।
