ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି : ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ବିଜେପିର ପ୍ରତିବାଦ ଜାରୀ ରହିବ । ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି । ବିଧାନସଭାରୁ ରାଜରାସ୍ତା ଯାଏ ବିଜେପିର ପ୍ରତିବାଦ କରିବ । ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ ବିରୋଧୀଦଳ ନେତା କହିଛନ୍ତି, ବିଧାନସଭାରେ ମୋସନ ଆକାରରେମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ଆଲୋଚନା ହୋଇଥିଲେ ବି ରହସ୍ୟ ଉପରୁ ପରଦା ହଟିନି । ଏହି ରହସ୍ୟ ଉପରୁ ପରଦା ହଟିବା ଜରୁରୀ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବି ତାଙ୍କ ବିବୃତିରେ ବିରୋଧୀଙ୍କୁ ସମାଲୋଚନା ଛଡ଼ା କିଛି କହି ନାହାନ୍ତି । ସଂଖ୍ୟାଗରିଷ୍ଠତା ବଳରେ ବିଧାନସଭାରେ ବିରୋଧୀଙ୍କୁ ଚପାଇ ଦେଉଛନ୍ତି । ରାଜରାସ୍ତାରେ ଲଢେଇ ହେବ । ଏହି ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବୁ ବୋଲି ସେ କହିଛନ୍ତି । ହତ୍ୟାକାଣ୍ଡର ତଦନ୍ତ ଦିଗହରା ହୋଇଛି ବୋଲି କହିବା ସହ ଶ୍ରୀ ମିଶ୍ର କହିଛନ୍ତି ହତ୍ୟାକାଣ୍ଡ ପଛରେ କିଏ ଅଛି ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ଲଢେଇ ହେବ । ମୋସନ ଆକାରରେ ଆଲୋଚନା ହୋଇଥିଲେ ବି ଖର୍ଚ୍ଚ ଦାବି ଆଲୋଚନା ସହ ଅନ୍ୟ ଅନ୍ୟ ଫୋରମରେ ଏହି ପ୍ରସଙ୍ଗ ଉଠାଇବ ବିଜେପି । ହତ୍ୟାର କାରଣ କଣ ଓ ହତ୍ୟା ପଛରେ କିଏ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ ବିଜେପି ଚୁପ୍ ବସିବ ନାହିଁ । ଏହା ସହିତ ବିଜେପି ଚାଷୀଙ୍କ ସମସ୍ୟା ଓ ଅନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ।
