ଶିଶୁଯତ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ : ପୁରୀ ଜିଲ୍ଲା କଣାସ ଦୟାବିହାର ସ୍ଥିତ ନୀଳାଚଳ ସେବା ପ୍ରତିଷ୍ଠାନର ଶତାଧିକ କୁନାକୁନି ଅନ୍ତେବାସୀ ମାନେ ଶିକ୍ଷା ଗ୍ରସ୍ତରେ ରବିବାର କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିବା ଜଣାପଡିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣଳୟ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ନୀଳାଚଳ ସେବା ପ୍ରତିଷ୍ଠାନର ଅନ୍ତେବାସି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅନୁମତି କ୍ରମେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣର ସୁଯୋଗ ଲାଭ କରିଥିଲେ । ପୁରୀ ଉପଜିଲ୍ଲପାଳଙ୍କ ନିର୍ଦେଶକ୍ରମେ ପିଲାମାନଙ୍କ ବ୍ୟକ୍ତିଗତ ଅଧିକାର ଓ ଶିକ୍ଷାଗତ ଅଧିକାର ଦୃଷ୍ଟିରୁ କୁନା କୁନି ପିଲା ମାନଙ୍କ ମାନସିକ ଓ ନୈତିକ ଶିକ୍ଷା ବୃଦ୍ଧି ଓ ସେମାନଙ୍କ ଆମୋଦ ପ୍ରମୋଦ ପାଇଁ ସେମାନଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର, ବ୍ୟାଖ୍ୟାନ କେନ୍ଦ୍ର ଆଦି ବୁଲି ଦେଖିବା ସହିତ ସୂର୍ଯ୍ୟ ମନ୍ଦିର ଇତିହାସ ଓ କଳାକୃତି ଉପରେ ଜାଣି ପାରିଥିଲେ । ପରେ ପରେ ରାମଚଣ୍ଡି ମନ୍ଦିର ଓ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରି ଫେରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧକ୍ଷ ଶ୍ରୀଯୁକ୍ତ ମହାବୀର ରୁଦ୍ର ନାରାୟଣ ସାହୁ ଙ୍କ ସହିତ ବିଭାଗୀୟ ପ୍ରଶାସକ ଅଭିମନ୍ୟୁ ସୁନ୍ଦରାୟ, ତତ୍ତ୍ୱାବଧାରକ ସନ୍ତୋଷ କୁମାର ପଣ୍ଡା, ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ବଡ଼ଜେନା ସମେତ କୃଷ୍ଣଚନ୍ଦ୍ର ନିସଙ୍କ, ପୁଷ୍ପାଞ୍ଜଳି ସାହୁ, ମନ୍ଦାକିନୀ ହରିଚନ୍ଦନ, ସିପ୍ରା ସ୍ୱାଇଁ ପ୍ରମୁଖ ଓ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ୱାଳ ପିଲା ମାନଙ୍କ ସହ ରହି ସେମାନଙ୍କ ଦାୟିତ୍ୱ ତୁଲାଇଥିଲେ । କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ଓ କର୍ମକର୍ତା ମାନେ ସହଯୋଗ କରିଥିଲେ ।
