ପଟାଭାଡ଼ି ଛକରେ କାର ସହିତ ୪୦ କିଲୋ ଗଞ୍ଜେଇ ଜବତ ୨ ଗିରଫ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଅବକାରୀ ବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଆଜି ପଟାଭାଡ଼ି ଛକରେ ଚଢ଼ାଉ କରାଯାଇ କାର ସହିତ ୪୦ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଅନ୍ୟ ରାଜ୍ୟର ଏହି ଚାଲାଣକାରୀମାନେ ହେଲେ ବିହାର ରାଜ୍ୟର ରାଜ ଯାଦବ ଓ ଚନ୍ଦନ କୁମାର ବୋଲି ଖବର ମିଳିଛି । ସେମାନେ କନ୍ଧମାଳ ଜିଲ୍ଲାର ମୋହନା ଅଂଚଳରୁ ଆଣୁଥିବା ଅବକାରୀ ବିଭାଗ କର୍ମଚାରୀ ଆଗରେ ସ୍ୱୀକାର କରିଛନ୍ତି ।
