ଦାବି ପୂରଣ ନହେଲେ ଯୁକ୍ତ ୨ ପରୀକ୍ଷା ବର୍ଜନ କରିବେ ଅଧ୍ୟାପକ
ଭୁବନେଶ୍ୱର : ୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ କଲେଜ ସଂଘର ଅଧ୍ୟାପକ ଓ କର୍ମଚାରୀମାନେ ପୁଣି ଥରେ ୨୭ ତାରିଖରେ ମହାସମାବେଶ କରିବେ । ସମାନ ଗ୍ରେଡ୍ ପେକୁ ସମାନ ଦରମା ବୃଦ୍ଧି , ସମସ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା , ୭ମ ବେତନ କମିଶନ ଦେବା , ବାଦ୍ ପଡିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଇତ୍ୟାଦି ୪ ଦଫା ଦାବି ନେଇ ଗତ ୧୪ ଦିନ ଧରି ଅଧ୍ୟାପକ କର୍ମଚାରୀମାନେ ଅହୋରାତ୍ର ଧାରଣାରେ ବସିଛନ୍ତି ।ବାରମ୍ବାର ଦାବି ଓ ଆଲେ।।ଚନା ସତ୍ୱେ ସରକାର ଦାବି ପୂରଣ କରୁନଥିବାରୁ ୨୭ ତାରିଖରେ ମହାସମାବେଶ ପାଇଁ ଆହ୍ୱାନ ଦିଆଯାଇଛି । ସେହିଦିନ ସରକାର ସମସ୍ୟାର ସମାଧାନ ନକଲେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ସଂଘର ସଭାପତି ଗୋଲକ ନାୟକ ଚେତାବନୀ ଦେଇଛନ୍ତି ।
