ଇ-କୋର୍ଟ ପର୍ଯ୍ୟାୟ ୩ ଯୋଜନାରେ ଭର୍ଚୁଆଲ କୋର୍ଟ ଏବଂ ପେପରଲେସ ହେବ ବିଚାର ବ୍ୟବସ୍ଥା – କିରେନ ରିଜେଜୁ
ଉଦୟପୁର : କେନ୍ଦ୍ରୀୟ ଆଇନମନ୍ତ୍ରୀ କିରେନ ରିଜେଜୁ କହିଛନ୍ତି ଏବେ ନୁଆ ଟେକନିକକ୍ ସମୟ ରେ ଭର୍ଚୁଆଲ କୋର୍ଟର ଯୁଗ ଆସିଯାଇଛି । ହାଇକୋର୍ଟର ଶୁଣାଣୀ ପାଇଁ ଆମେ ଗୋଟିଏ ସହରରୁ ଆଉଗୋଟିଏ ସହରକୁ ତେଲ ଖର୍ଚ କରି ଯିବାକୁ ପଡିବ ନାହିଁ । ଇ କୋର୍ଟ ପର୍ଯ୍ୟାୟ ୩ ରେ ଏହା ସବୁକିଛି ସମ୍ଭବ ହୋଇଯାଉଛି । ମନ୍ତ୍ରୀ କହିଛନ୍ତି ଆମେ ଭାରତୀୟ ବିଚାର ବ୍ୟବସ୍ଥାକୁ ପେପରଲେସ ଓ ଭର୍ଚୁଆଲ କରିବାକୁ ଯାଉଅଛୁ । ରିଜେଜୁ ଶନିବାରଦିନ ମୋହନଲାଲ ସୁଖାଡିଆ ବିଶ୍ୱବିଦ୍ୟାଳୟ ର ବିବେକାନନ୍ଦ ସଭାଗାରରେ ଦୁଇଦିନିଆ ସମ୍ମେଳନ ପୁର୍ବ ଦିନ ଉଦ୍ଘାଟନ ସମୟରେ ସମ୍ଭୋଧିତ କରିଛନ୍ତି ।
