ବାଲେଶ୍ୱର : କୋଭିଡ଼ ଟିକାକରଣ ସହାୟତା କେନ୍ଦ୍ରର ଶୁଭାରମ୍ଭ
ବାଲେଶ୍ୱର : ରାଜ୍ୟ ସରକାରଙ୍କ ଦୀର୍ଘ ୫୦ ଦିନର ବିଫଳତା ପରେ କେନ୍ଦ୍ର ସରକାର ୨୧ ଜୁନ ପାଖରୁ ସମଗ୍ର ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କ ପାଇଁ ନିଶୁଳ୍କ ଟୀକାକରଣର ଦାଇତ୍ଵ ନିଜ ହାତକୁ ନେଇଛନ୍ତି। ଟୀକାକରଣକୁ ସୁଗମ ଓ ତ୍ବରାନ୍ବିତ କରିବା ପାଇଁ ସମସ୍ତ ଟୀକାକରଣ କେନ୍ଦ୍ରରେ ଦଳ ତରଫରୁ ସହାୟତା କେନ୍ଦ୍ର ମାନ କାର୍ଯ୍ୟ କରିବ। ସହାୟତା କେନ୍ଦ୍ରରୁ ଟୀକାକରଣ କେନ୍ଦ୍ରକୁ ଆସୁଥିବା ଲୋକଙ୍କୁ ପାନୀୟ ଜଳ, ମାସ୍କ, ଆୟୁର୍ବେଦିକ କାଢା ଇତ୍ୟାଦି ଦିଆଯିବା ସହିତ ଅସହାୟ ଦିବ୍ଯାଙ୍ଗଙ୍କୁ ନେବା ଆଣିବା ପାଇଁ ସାହାଯ୍ୟ କରିବ। ସେହି କ୍ରମେରେ ଆଜି ଜିଲ୍ଲାର ପ୍ରଥମ କେନ୍ଦ୍ର ଭାବରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ସହାୟତା କେନ୍ଦ୍ରକୁ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉଦଘାଟନ କରିଥିଲେ। ଉପସ୍ଥିତ କାର୍ଯ୍ଯକର୍ତ୍ତାଙ୍କୁ ତାଙ୍କ ବାର୍ତ୍ତାରେ ସେ କହିଥିଲେ ଯେ କୋଭିଡ଼ର ସଫଳ ମୁକାବିଲା କରିବା ପାଇଁ ସାମୁହିକ ଟୀକାକରଣ ଏକମାତ୍ର ଉପାୟ, ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ସାଫଲ୍ଯମଣ୍ଡିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ତେଣେ ସମସ୍ତଙ୍କୁ ଅତି ନିଷ୍ଠାର ସହିତ ଏହି କାମରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଯ୍ଯ କାର୍ଯ୍ଯକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଟୀକାକରଣ ସହାୟତା କେନ୍ଦ୍ରର ଜିଲ୍ଲା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି ଓ କମଲଲୋଚନ ଦାସ, ଜିଲ୍ଲା ସମ୍ପାଦକ ସସ୍ମିତା ଚାନ୍ଦ ଓ ବିଭୁପଦ ଦାସ ଓ ଆଶିଷ ଘୋଷ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଗର ସାଧାରଣ ସମ୍ପାଦକ ଯୋଗେନ ଚନ୍ଦ୍ର ରଣା ଓ ସନାତନ ବାରିକ୍, ନଗର ଉପସଭାପତି ସିଦ୍ଧେଷ୍ବର ବିନ୍ଧାଣି ଓ ରାଧାକୃଷ୍ଣ ଦାସ ଓ ମଣ୍ଟୁ ପେରିଓ୍ବାଲ, ନଗର କୋଷାଧ୍ୟକ୍ଷ ତରୁଣ ବର୍ଦ୍ଧନ, ମନହର ପେରିୱାଲ୍, ନଗର ମହିଳାମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା ନଗର ମହିଳା ମୋର୍ଚ୍ଚା ନେତ୍ରୀ ଦମୟନ୍ତୀ ବାଗ୍, ନଗର କୃଷକମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ବେହେରା, ନଗର ଯୁବମୋର୍ଚ୍ଚା ସଭାପତି ଦେବବ୍ରତ ମିଶ୍ର, ସୁଶାନ୍ତ ବେରା, ରଞ୍ଜିତ ପୁଷ୍ଟି, ସୁବୋଧଚନ୍ଦ୍ର ପଣ୍ଡା, ସୁକାନ୍ତି ଗୋସ୍ୱାମୀ, ଶୋଭାକର ସାହୁ, ସେକ ଆଫ୍ଜଲ୍, ଚନ୍ଦନ ବାରିକ୍, ହୃଷୀକେଶ ଶତପଥୀ ଓ ଶ୍ରୀଧର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
