ବାଲେଶ୍ୱର ଜିଲା ସିନିୟର ଆନ୍ତଃ କ୍ଲବ କ୍ରିକେଟ୍; ଆଦର୍ଶ କ୍ଲବ ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ପରମିଟ୍ ପଡ଼ିଆ ଠାରେ (ନୁଆ ଷ୍ଟାଡ଼ିୟମ) ଚାଲିଥିବା ଜିଲା ଆନ୍ତଃ କ୍ଲବ ସିନିୟର କ୍ରିକେଟ୍ ପ୍ରତିଯୋଗୀତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚ୍ ସମ୍ରାଟ କ୍ଲବ ଓ ଆଦର୍ଶ କ୍ଲବ ମଧ୍ୟରେ ହୋଇଥିଲା । ଏଥିରେ ସମ୍ରାଟ କ୍ଲବ ପ୍ରଥମେ ବ୍ୟାଟିଂ କରି ୪୫ ଓଭରରେ ୧୦ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପ୍ରକାଶ ରାଉତ ୧୧୬ ଟି ବଲରୁ ୭୪ ରନ୍ ସଂଗ୍ରହ କରିଥିଲେ । ଆଦର୍ଶ କ୍ଲବ ପକ୍ଷରୁ ସୁକାନ୍ତ ମହାନ୍ତି, ସର୍ବେସ୍ୱର ମହାନ୍ତି, ଗଜେଦ୍ର ପରିଡ଼ା ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ । ଜବାବରେ ଆଦର୍ଶ କ୍ଲବ ୩୭.୫ ଓଭରରେ ୬ ଉଇକେଟ୍ ହରାଇ ୨୧୫ ରନ କରି ମ୍ୟାଚ୍ ଜିତିିି ଯାଇଥିଲେ । ଦଳ ପକ୍ଷରୁ ଏସ୍କେ ଚାନ୍ଦ ୪୫ ରନ ଏବଂ ତପନ ମୁର୍ମୁ ୫୪ ରନ୍ ସଂଗ୍ରହ କରିଥିଲେ । ମ୍ୟାଚକୁ ଅମ୍ପାୟାର ସେକ ଅମଜିତ ଓ କୁମାର ଚନ୍ଦ୍ର ପରିଚାଳନା କରିଥିଲେ । ସୌମେଦ୍ର ସାହୁ ଓ ଏସ୍ବି ସିମରନ ସ୍କୋରର ଥିଲେ ।
ଉଦ୍ଯାପନୀ ଖେଳରେ ମୁଖ୍ୟ ଅତିଥି ଭାବରେ ଜିଲା କ୍ରୀଡ଼ା ସଂଘର ସହ ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ବିଜୟୀ ଏବଂ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଉପ-ସଭାପତି ବୀରେଦ୍ର କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଜଗଦିଶ ବେହେରା, ସଞ୍ଜୟ ଲେଙ୍କା, କାର୍ତ୍ତିକ ଚନ୍ଦ୍ର୍ର ନାୟକ, ପ୍ରଦିପ କୁମାର ଦାସ, ରବିଦ୍ର ସାହୁ, ଜନ୍ମଜୟ ଦେ, ଅକ୍ଷୟ ଆସ, ପ୍ରଦୀପ ବେହେରା, ଅଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବହୁ ଦର୍ଶକ ପଡ଼ିଆରେ ରହି ଏହି ଖେଳକୁ ଉପଭୋଗ କରିଥିଲେ ।
