ବିଶ୍ୱରେ ଆଉ ୨,୮୯,୫୦୨ ସଂକ୍ରମିତ ଓ ୫,୭୮୮ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୨ଲକ୍ଷ ୩୯ହଜାର ୬୫୯ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୮୧ହଜାର ୪୪୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୮୯ହଜାର ୫୦୨ଜଣ ସଂକ୍ରମିତ ହୋଇଥିବାବେଳେ ୫ହଜାର ୭୮୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୨ଲକ୍ଷ ୩୯ହଜାର ୬୫୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୮୧ହଜାର ୪୪୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୩୭ଲକ୍ଷ ୯୪ହଜାର ୨୧୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୫ଲକ୍ଷ ୬୩ହଜାର ୯୯୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୫ହଜାର ୯୩୩ ସଂକ୍ରମିତ ଓ ୬ଲକ୍ଷ ୧୭ହଜାର ୧୬୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୯ଲକ୍ଷ ୨୭ହଜାର ୯୨୮ ସଂକ୍ରମିତ, ୫ଲକ୍ଷ ୧ହଜାର ୮୨୫ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୫୭ ହଜାର ୩୧୧ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୭୩୮ ମୃତ, ତୁର୍କୀରେ ୫୩ ଲକ୍ଷ ୭୦ ହଜାର ୨୯୯ ସଂକ୍ରମିତ ଓ ୪୯ ହଜାର ୧୮୫ ମୃତ, ଋଷିଆରେ ୫୩ ଲକ୍ଷ ୧୬ ହଜାର ୮୨୬ ସଂକ୍ରମିତ ଓ ୧ଲକ୍ଷ ୨୯ ହଜାର ୩୬୧ ମୃତ, ୟୁକେରେ ୪୬ ଲକ୍ଷ ୩୦ ହଜାର ୪୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୭୬ ମୃତ, ଆର୍ଜେଣ୍ଟିନାରେ ୪୨ ଲକ୍ଷ ୬୮ ହଜାର ୭୮୯ ସଂକ୍ରମିତ ଓ ୮୯ ହଜାର ୪୩ମୃତ, ଇଟାଲିରେ ୪୨ ଲକ୍ଷ ୫୨ ହଜାର ୯୭୬ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୨୭୦ମୃତ, କଲୋମ୍ବିଆରେ ୩୯ ଲକ୍ଷ ୪୫ ହଜାର ୧୬୬ ସଂକ୍ରମିତ ଓ ୯୯ ହଜାର ୯୩୪ମୃତ, ସ୍ପେନରେ ୩୭ ଲକ୍ଷ ୫୭ ହଜାର ୪୪୨ ସଂକ୍ରମିତ ଓ ୮୦ ହଜାର ୬୫୨ ମୃତ ରହିଛନ୍ତି ।
