ମେଡିକାଲ ଆନ୍ଦୋଳନକୁ ୨୬ ଦିନ ପୂରିଲା ଆନ୍ଦୋଳନସ୍ଥଳ ରୋଷଶାଳାରେ ପରିଣତ ହେଲା
କେନ୍ଦ୍ରାପଡ଼ା : ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଥିବା ସିଟି ମେଡିକାଲ ପାଇଁ ଆନ୍ଦୋଳନକୁ ଯଦିଓ ଆଜିିକୁ ମାସେ ପୂରିଲା ତେବେ ଛୁଟିଦିନ ଗୁଡିକୁ ଛାଡି ଦେଲେ ଆଜି ୨୬ ଦିନରେ ପହଞ୍ôଚଛି । କେନ୍ଦ୍ରାପଡା ଆନ୍ଦୋଳନ ଇତିହାସରେ ଏହି ଆନ୍ଦୋଳନ ସବୁୁଠାରୁ ଦୀର୍ଘମିୟାଦି ଆନ୍ଦୋଳନରେ ପରିଣତ ହୋଇଛି । ସବୁଠାରୁ ବଡକଥା ହେଉଛି ଏହି ଆନ୍ଦୋଳନକୁ ଚଳାଉଛନ୍ତି କେନ୍ଦ୍ରାପଡା ସହରର ସର୍ବାଧିକ ମହିଳା । ସବୁ ମହିଳା ଆନ୍ଦୋଳନକାରୀଙ୍କ ଗୋଟିଏ କଥା ସିଟି ହସ୍ପିଟାଲ ଦିଅ ନହେଲେ ଏହି ଆନ୍ଦୋଳନ ୨୪ ନିର୍ବାଚନ ପର୍ଯ୍ୟନ୍ତ ଚାଲୁରହିବ । ସରକାର ଓ ଜିଲ୍ଲା ପ୍ରଶାସନର ସିଟି ମେଡିକାଲ ଘୋଷଣା ସମ୍ପର୍କରେ ଲୁଚକାଳି ଖେଳରେ ସମସ୍ତ ଆନ୍ଦୋଳନକାରୀ ଓ ସହରବାସୀ ଅତିଷ୍ଟ ହୋଇପଡିଲେଣି । ଆଜି ତାହାର ପ୍ରତିକ୍ରିୟା ମହିଳା ଆନ୍ଦୋଳନକାରୀମାନେ ଅଭିନବ ପନ୍ଥା ଅବଲମ୍ବନ କରି ପ୍ରକାଶ କରିଛନ୍ତି । ସମସ୍ତ ମହିଳା ଆନ୍ଦୋଳନକାରୀ ଆନ୍ଦୋଳନ ସ୍ଥଳରେ ୪୨ଟି ଚୁଲା କରି ସମସ୍ତ ଡେକିଚି, କଡେଇ,ପରିବା ଓ ଚାଉଳ ନିଜ ନିଜ ଘରୁ ଆଣି ଖେଚୁଡି ରୋଷେଇ କରି ଖାଇଛନ୍ତି । ଆନ୍ଦୋଳନକାରୀମାନେ କହିଛନ୍ତି ସରକାର ଯଦି ଦାବୀ ତୁରନ୍ତ ପୂରଣ ନକରନ୍ତି ତେବେ ସେମାନେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହେବେ । ଏହି ଅଭିନବ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସ୍ୱର୍ଣ୍ଣଲତା ମେକାପ, ଚିତ୍ତରଞ୍ଜନ ଭୋଇ, ଇସ୍ମତ ବିବି, ଆକଲିମା ଖାତୁନ, ନସିମା ବିବି, ମନାନା ବିବି, ସମଦିବା ବିବି, ମାଦିନ ବିବି, ସାଗରିକା ଦାସ ପ୍ରମୁଖ । ସି.ପି.ଆଇ.(ଏମ୍)ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ନଗରପାଳ ମହମ୍ମଦ୍ ଆକବର ଅଲ୍ଲୀ, ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ଆପ୍ ଜିଲ୍ଲା ଆବାହକ ସନ୍ଦିପ୍ତ ଦାସ, ସେକ୍ ହାଇଦର ଅଲ୍ଲୀ, ହବିବୁଲ୍ ରହେମାନ, ସି.ପି.ଆଇ.(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବିଜେପି ନେତା ପଦ୍ମଲୋଚନ ମହାପାତ୍ର, ଆପନେତା ସୂର୍ଯ୍ୟକାନ୍ତ ପରିଡା, ସିଆଇଟିୟୁ ନେତା ଜଗତ୍ଜୀବନ ଦାଶ, ଜିଲ୍ଲା ଜନସଂପର୍କ ମଞ୍ଚ ସମ୍ପାଦକ ନରୋତ୍ତମ ଜେନା, ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ମଞ୍ଚ ସମ୍ପାଦକ ମନ୍ମଥ କୁମାର ରାୟ, ପୂର୍ବତନ କାଉନ୍ସିଲର ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ଅବଦୁଲ ମାଜିଦ, ସେକ ହାପିଦୁଲ୍ଲା, ବିପିନ ବିହାରି ପରିଡା, ଦଳିତ ନେତା ନଗେନ୍ଦ୍ର ଜେନା, ସୟଦ୍ ଅକମଲ ଅଲ୍ଲି, ହାଡିବନ୍ଧୁ ସିଂହ ପ୍ରମୁଖ ବକ୍ତବ୍ୟ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିର ତୀବ୍ର ସମାଲୋଚନା କରିଥିଲେ ।
