ମହଲପଡ଼ା ପଞ୍ଚାୟତ ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ ୬୪ ୟୁନିଟ ରକ୍ତ ସଂଗ୍ରହ
ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତ ତରଫରୁ ମେଗା ରକ୍ତଦାନ ଶିବିର ସ୍ଥାନୀୟ ବହୁମୁଖୀ ଆଶ୍ରୟସ୍ଥଳୀରେ ଆୟୋଜିତ ହୋଇଯାଇଛି । ଯୁବ ସରପଞ୍ଚ ତଥା ସମାଜସେବୀ ଶୀର୍ଷ ରଞ୍ଜନ ନାୟକଙ୍କ ପ୍ରଚେଷ୍ଟା ବଳରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପକ୍ଷରୁ ସହଯୋଗ କରାଯାଇଥିଲା । ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କ୍ ଡାକ୍ତର ଦେବାଶିଷ ମିଶ୍ର ଓ କର୍ମକର୍ତ୍ତା ମାନେ ପହଁଚି ରକ୍ତ ସଂଗ୍ରହ କରିଥିଲେ । ଶିବିରରେ ୬୪ ଜଣ ଜିବନଦାତା ରକ୍ତଦାନ କରିଥିବା ଜଣାପଡିଛି । ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପା ରାଣୀ ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ଅଧକ୍ଷ ଜ୍ୟୋତିର୍ମୟ ଦଳାଇ, ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ମାନଙ୍କୁ ଉତ୍ସାହିତ କରିଥିଲେ । ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ, ତ୍ରିଲୋଚନ ଭାଇ, ସୁଶାନ୍ତ, ବିଜୟ ଓ ନରେଶ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ୟାପିଟାଲ ହସ୍ପିଟାଲର ଲାବ ଟେକ୍ନିସିଆନ ଖିରାବ୍ଧି ତନୟା ରଥ, ପ୍ରଣିତା ଦାଶ, ଇତିଶ୍ରୀ ସାମନ୍ତରାୟ, ସତ୍ୟନାରାୟଣ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।
