ଭାରତୀୟ ସେନାର ସେଂଟ୍ରାଲ କମାଣ୍ଡର ଡାକ୍ତରୀ ଟିମ୍ କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଟାଇଟେନିୟମ କ୍ରେନିୟୋପ୍ଲାଷ୍ଟି ରେପେୟର ପାଇଁ ଉନ୍ନତ ଅଡି ପ୍ରିଂଟିଙ୍ଗ ଜ୍ଞାନ କୌଶଳର ଉପଯୋଗ କରି ଜଣେ ଯୁବ ରୋଗୀଙ୍କ କପାଳ ଦୋଷକୁ ଠିକ୍ କରିଥିବାରୁ ଭାରତୀୟ ସେନାର ସେଂଟ୍ରାଲ କମାଣ୍ଡର ଡାକ୍ତରୀ ଟିମ୍ କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରୋକ୍ତ ସର୍ଜରୀ ସମ୍ବନ୍ଧରେ ଭାରତୀୟ ସେନାର ସେଂଟ୍ରାଲ କମାଣ୍ଡର ଏକ ଟ୍ୱିଟ୍ ର ଉତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ, ପ୍ରଶଂସନୀୟ ।
